ଓଡିଶା

odisha

ETV Bharat / business

‘ଅର୍ଥବ୍ୟବସ୍ଥା ଚକ ଦୌଡିବାକୁ ଦରକାର 50-60 ଲକ୍ଷ କୋଟି ଟଙ୍କାର ବିଦେଶ ନିବେଶ’

କୋରୋନା ସଙ୍କଟରୁ ମୁକୁଳିବା ପାଇଁ ଦେଶକୁ ନଗଦର ଆବଶ୍ୟକତା ରହିଛି । ନଗଦ ବିନା ଦେଶ ଅର୍ଥବ୍ୟବସ୍ଥାର ଚକ ତୀବ୍ର ବେଗରେ ଗତି କରିପାରିବ ନାହିଁ । ଏଣୁ ବିଦେଶୀ ନିବେଶ ଜରୁରୀ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଅଧିକ ପଢନ୍ତୁ..

‘ଅର୍ଥବ୍ୟବସ୍ଥା ଚକ ଦୌଡିବାକୁ ଦରକାର 50-60 ଲକ୍ଷ କୋଟି ଟଙ୍କାର ବିଦେଶ ନିବେଶ’
‘ଅର୍ଥବ୍ୟବସ୍ଥା ଚକ ଦୌଡିବାକୁ ଦରକାର 50-60 ଲକ୍ଷ କୋଟି ଟଙ୍କାର ବିଦେଶ ନିବେଶ’

By

Published : Jul 2, 2020, 8:56 PM IST

ନୂଆଦିଲ୍ଲୀ: କୋରୋନା ଭାଇରସରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ଗତି ଦେବା ପାଇଁ ଭାରତକୁ 50ରୁ 60 ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ନିବେଶର ଆବଶ୍ୟକତା ହେବ । ଆଉ ଏହି ନିବେଶ ମୁଖ୍ୟତଃ ଭିତ୍ତିଭୂମି ସରଞ୍ଚନା ପ୍ରକଳ୍ପ ସହ ଏମଏସଏମଇ ସେକ୍ଟରରେ ଅଣାଯାଇପାରିବ । ଗୁରୁବାର କେନ୍ଦ୍ର ସଡକ ଓ ପରିବହନ ଓ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ଏ ନେଇ କହିଛନ୍ତି ।

ସେ ଜୋର ଦେଇ କହିଛନ୍ତି କି, ଏହି ସମୟରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ଦାବି ରହିଛି । କାରଣ ବଜାରରେ ନଗଦ ଆବଶ୍ୟକତା ରହିଥିବାରୁ ଏହି ପାଣ୍ଠି ଦେଶ ପାଇଁ ଲାଭବାନ ହେବ ।

କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ଜାରି ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଗଭୀର ଭାବେ ପ୍ରଭାବିତ ହୋଇଛି । ଏଣୁ ଏହି ସଙ୍କଟରୁ ମୁକୁଳିବା ପାଇଁ ଦେଶକୁ ନଗଦର ଆବଶ୍ୟକତା ରହିଛି । ନଗଦ ବିନା ଦେଶ ଅର୍ଥବ୍ୟବସ୍ଥାର ଚକ ତୀବ୍ର ବେଗରେ ଗତି କରିପାରିବ ନାହିଁ । ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ବର୍ତ୍ତମାନ ପରିସ୍ଥିତିରେ ଦେଶରେ 50ରୁ 60 ଲକ୍ଷ ଟଙ୍କାର ବିଦେଶୀ ନିବେଶ ଦରକାର ବୋଲି ଗଡକରୀ ମତ ରଖଛନ୍ତି ।

ସେ କହିଛନ୍ତି କି, ରାଜମାର୍ଗ, ବିମାନ ବନ୍ଦର, ଆଭ୍ୟନ୍ତରୀଣ ଜଳପଥ, ରେଳବାଇ, ଲଜିଷ୍ଟିକ ପାର୍କ ବ୍ରଡ୍ ଗେଜ ଏବଂ ମେଟ୍ରୋ ସହିତ ଭିତ୍ତିଭୂମି କ୍ଷେତ୍ର ବ୍ୟତୀତ ଏମଏସଏମଉ ସେକ୍ଟରରେ ବୃହତ୍ତ ବିଦେଶୀ ନିବେଶ ଆସିପାରେ ।

ABOUT THE AUTHOR

...view details