ନୂଆଦିଲ୍ଲୀ: ଇରାନରୁ ତେଲ କିଣିବା କଟକଣା ପରେ ବଢୁଛି ଦର ତାତି । ବିଶ୍ବର ତୃତୀୟ ତୈଳ ଆମଦାନୀକାରୀ ରାଷ୍ଟ୍ର ଭାରତ ଉପରେ ପଡୁଛି ଏହାର ଭାରୀ ପ୍ରଭାବ । ସର୍ବବୃହତ୍ତ ତେଲ ରପ୍ତାନୀକାରୀ ରାଷ୍ଟ୍ର ଇରାନ ଓ ଭେନଜୁଏଲା ରାସ୍ତା ବନ୍ଦ ପରେ ଭାରତ ତାର ଚାହିଦା ମେଣ୍ଟାଇବାକୁ ଗୁଏନା ଉପରେ ନିର୍ଭର କରିପାରେ। ତେବେ ଏ ସମ୍ଭନ୍ଧରେ ଆମ ପ୍ରତିନିଧି ଗୁଏନାର ଉଚ୍ଚାୟୁକ୍ତ ଗୋଲ୍ଡୱିନ ପୋଲାର୍ଡଙ୍କ ସାକ୍ଷାତକାର ନେଇଛନ୍ତି ।
ଇଟିଭିକୁ ସାକ୍ଷାତକାର ଦେଇ ପୋଲାର୍ଡ କହିଛନ୍ତି ଯେ, ଆସନ୍ତା ବର୍ଷ ପ୍ରଥମ ତ୍ରୟମାସରେ ଦେଶରେ ତୈଳ ଉତ୍ପାଦନ ଆରମ୍ଭ ହେବ । ଯେପରିକି ଭବିଷ୍ୟତରେ ଏହା ବିକ୍ରି ପାଇଁ ଉପଲବ୍ଧ ହୋଇପାରିବ । ଏଥିସହ ତେଲ ଉତ୍ପାଦନ ହେବା ପରେ 2 ଦେଶରେ ମଧ୍ୟରେ ବୁଝାମଣା କରି ବାଣିଜ୍ୟିକ ସମ୍ପର୍କ ଆଗକୁ ବଢାଯିବ। କେବଳ ତେଲ ନୁହେଁ ଏଥିସହ ଅନ୍ୟ ଉତ୍ପାଦକୁ ମଧ୍ୟ ଆମଦାନୀ ରପ୍ତାନୀ ପାଇଁ ବିଚାର କରାଯିବ ।