ଓଡିଶା

odisha

ଭାରତ ଆର୍ଥିକ ପୁନଃରୁଦ୍ଧାର ଆଡକୁ ଯାଉଛି: ଆରବିଆଇ ଗଭର୍ଣ୍ଣର

By

Published : Oct 21, 2020, 9:50 PM IST

ଟ୍ରାକକୁ ଫେରୁଛି ଅର୍ଥନୀତି । ପୁନଃରୁଦ୍ଧାର ମୁହାଁ ଅର୍ଥବ୍ୟବସ୍ଥା । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଅଧିକ ପଢନ୍ତୁ..

ଭାରତ ଆର୍ଥିକ ପୁନରୁଦ୍ଧାର ଆଡକୁ ଯାଉଛି : ଆରବିଆଇ ଗଭର୍ଣ୍ଣର
ଭାରତ ଆର୍ଥିକ ପୁନରୁଦ୍ଧାର ଆଡକୁ ଯାଉଛି : ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥା ଏବେ ପୁନଃରୁଦ୍ଧାର ଆଡକୁ ଗତି କରୁଛି । ବୁଧବାର ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

ତତକାଳୀନ ବ୍ୟୁରୋକ୍ରାଟ ଏବଂ ବର୍ତ୍ତମାର ଅର୍ଥ ଆୟୋଗର ଚେୟାରମ୍ୟାନ ଏନ କେ ସିଂହ ଦ୍ବାରା ଲିଖିତ ପୁସ୍ତକ ‘ ପୋର୍ଟଟସ ଅଫ ପାୱାର: ହାଫ ଏ ସେଞ୍ଚୁରି ଅଫ ବିଙ୍ଗ ଏଟ ରିଙ୍ଗସାଇଟ ’ର ଲଞ୍ଚ ସମୟରେ ଦାସ କହିଛନ୍ତି କି, କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାରଙ୍କ ଉଦାର ବା ଅନୁକୂଳ ମୌଦ୍ରିକ ତଥା ରାଜକୋଷୀୟ ନୀତି ଯୋଗୁଁ ଦେଶ ଆର୍ଥିକ ପୁନଃରୁଦ୍ଧାର ନିକଟତର ରହିଛି ।

ବର୍ତ୍ତମାନ ଆମେ ପ୍ରାୟ ଆର୍ଥିକ ସୁଧାର ପାଖାପାଖି ପହଞ୍ଚି ସାରିଲାଣି । ଏଭଳି ସ୍ଥିତିରେ ଏହା ମହତ୍ବପୂର୍ଣ୍ଣ କି ଆର୍ଥିକ ୟୁନିଟ ପାଖରେ ବୃଦ୍ଧିକୁ ସମର୍ଥନ ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ରହିବା ଦରକାର ବୋଲି ଦାସ ମତ ବାଢିଛନ୍ତି ।

ଅନେକ ଆର୍ଥିକ ୟୁନିଟ ପୂର୍ବରୁ ହିଁ ପୁଞ୍ଜି ଏକତ୍ର କରିସାରିଛି । କିଛି ପୁଞ୍ଜି ଏକତ୍ର ଯୋଜନା କରୁଛନ୍ତି । ଦାସ କହିଛନ୍ତି କି ନିଶ୍ଚିତ ରୂପରେ ଆଗାମୀ ମାସରେ ସେମାନେ ଆନୁମାନିକ ପୁଞ୍ଜି ଯୋଗାଡ କରିଦେବେ ।

ଭାରତ କୋଭିଡ-19 ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜକୋଷୀୟ ବିସ୍ତାର ରାସ୍ତା ଚୟନ କକିଛି । ଏଥିସହ ଦାସ କହିଛନ୍ତି କି ଏହି ସଙ୍କଟ ପରେ ସରକାର ରାଜକୋଷୀୟ ସୁଦୃଢ ନେଇ ସ୍ପଷ୍ଟ ଯୋଜନା ଜାରି କରିବାକୁ ହେବ ।

ଦାସ କହିଛନ୍ତି କି, ‘‘ କୋଭିଡ-19 ପରେ ପୁଣି ଥରେ ମହାମାରୀ ଉପରେ ନିୟନ୍ତ୍ରଣ ହାସଲ କରିବା ପରେ ସରକାର ନିଶ୍ଚିତ ଭାବେ ଭାରତର ଆଗାମୀ ରାଜକୋଷୀୟ ଯୋଜନାର ସୂଚନା ପ୍ରସ୍ତୁତ କରିବେ ।

ABOUT THE AUTHOR

...view details