ଓଡିଶା

odisha

ETV Bharat / business

ଆମେରିକାଠୁ ଚଢା ଟିକସ ନେଉଛି ଭାରତ: ଟ୍ରମ୍ପ - india

ଭାରତ ଆମେରିକା ଠାରୁ ଅଧିକ ପରିମାଣରେ ଟିକସ ନେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଏକ ସଭାରେ ସମ୍ବୋଧନ କରି କଡା ଶବ୍ଦରେ କହିଛନ୍ତି ।

ଡିଜାଇନ ଫଟୋ

By

Published : Mar 4, 2019, 7:29 PM IST

ନୂଆଦିଲ୍ଲୀ: ଭାରତ ଅଧିକ ପରିମାଣରେ ଟିକସ ନେଇଥାଏ । ଖାସ କରି ଆମେରିକା ଠାରୁ ଭାରତ ଅଧିକ କର ନେଇଥାଏ । ଏହାର ପ୍ରତି ଜବାବରେ ଆମେରିକା ମଧ୍ୟ ଭାରତ ଉପରେ ଅଧିକ ଟିକସ ନେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଏକ ସଭାରେ ସମ୍ବୋଧନ କରି କଡା ଶବ୍ଦରେ କହିଛନ୍ତି ।

କର ବ୍ୟବସ୍ଥାକୁ ନେଇ ଭାରତ ଉପରେ ଖପ୍ପା ରହିଛି ଆମେରିକା । ଏକ ଉଦାହରଣ ଦେଇ ଟ୍ରମ୍ପ କହିଛନ୍ତି ଯେ, ଯେତେବେଳେ ଆମେ ଭାରତକୁ ହାର୍ଲି ଡାଭିଡସନ ବାଇକ ପଠାଉଛୁ ସେମାନେ ତାହା ଉପରେ 100% ଟିକସ ଲଗାଉଛନ୍ତି । କିନ୍ତୁ ଯେବେ ଭାରତ ଆମକୁ କୌଣସି ବାଇକ ରପ୍ତାନୀ କରେ ସେଥିରେ ଆମେ ଆଦୌ ଟିକସ ଲଗାଉନାହିଁ ।

କେବଳ ଭାରତ ନୁହେଁ, ଏପରି ବହୁ ରାଷ୍ଟ୍ର ଅଛି ଯେଉଁମାନେ ଦ୍ରବ୍ୟ ଓ ସାମଗ୍ରୀ ଆମଦାନୀକୁ ନେଇ ଆମେରିକା ଉପରେ ଅଧିକ ଶୁକ୍ଲ ଲଗାଇଥାନ୍ତି । ଆଉ ଏବେ ସମୟ ଆସିଗଲା ଯେ, ଆମେରିକା ମଧ୍ୟ ଏହାର ଜବାବ ରଖିବ । ଏଣିକି ଆମେରିକା ମଧ୍ୟ ସେହି ପରିମାଣର ଟିକଲ ଲଗାଇବ, ଯେଉଁ ପରିମାଣରେ ଅନ୍ୟ ରାଷ୍ଟ୍ର ତା'ଠାରୁ ନିଅନ୍ତି ବୋଲି ଟ୍ରମ୍ପ ରୋକଠୋକ ସ୍ପଷ୍ଟ କରିଦେଇଛନ୍ତି ।

ତେବେ ଆଗକୁ ଯଦି ଆମେରିକା ମଧ୍ୟ ଭାରତ ଉପରେ ଚଢା ଦରରେ ଟିକସ ଲଗାଏ, ତାହାହେଲେ ଭାରତର ରାଜସ୍ବ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି ।

For All Latest Updates

ABOUT THE AUTHOR

...view details