ଓଡିଶା

odisha

ETV Bharat / business

ଟିକସଦାତାଙ୍କୁ ଟର୍ଚ୍ଚର କରିପାରିବନି ଟ୍ୟାକ୍ସ ବିଭାଗ

ଟିକସଦାତାଙ୍କୁ ସିଧାସଳଖ ନୋଟିସ ପଠାଇ ପାରିବେ ନାହିଁ ବିଭାଗୀୟ ଅଧିକାରୀ । ସେହିପରି ଟିକସଦାତା ବି ବିନା ଝିନଝଟରେ ସମସ୍ତ ସମସ୍ୟାର ସମାଧାନ କରିପାରିବେ । ଏଥିପାଇଁ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରରେ ତିଆରି ହେବ ଇ-ଆସିସଷ୍ଟାଣ୍ଟ ସେଣ୍ଟର।

ପ୍ରତିକାତ୍ମକ ଫଟୋ

By

Published : Sep 14, 2019, 2:40 PM IST


ନୂଆଦିଲ୍ଲୀ: ଏଣିକି ଟିକସ ବିଭାଗ ସିଧାସଳଖ କରଦାତାଙ୍କୁ ନୋଟିସ ପଠାଇପାରିବ ନାହିଁ । ଲୋକଙ୍କ ମନରେ ଇନକମ ଟ୍ୟାକ୍ସ ନୋଟିସ ଡରକୁ କାଢିବା ପାଇଁ ସରକାର ଏକ ନୂଆ ସ୍ମିମ ଆଣିବାକୁ ଯୋଜନା କରୁଛନ୍ତି । ଏହା ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ନୋଟିସ ପଠାଯିବ କି ନାହିଁ ତାହା ନିର୍ଣ୍ଣୟ ନେବ।


ଅକ୍ଟୋବର 2ରୁ ଲାଗୁ ହେବାକୁ ଥିବା ଏହି ସ୍ମିମ ଅନୁଯାୟୀ, ଆୟକର ବିଭାଗର ଅଧିକାରୀ ସିଧା କରଦାତାଙ୍କୁ ନୋଟିସ ପଠାଇ ପାରିବେ ନାହିଁ। ଏଥିପାଇଁ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରରେ ଇ-ଆସିସଷ୍ଟାଣ୍ଟ ସେଣ୍ଟର ତିଆରି ହେବ । ଏହା ଟିକସ ବିଭାଗ ଓ ଟିକସଦାତା ଭିତରେ ମଧ୍ୟସ୍ଥି ଭାବେ କାମ କରିବ । ଏନେଇ ଅର୍ଥମନ୍ତ୍ରୀ ବିଜ୍ଞପ୍ତି ଜାରି କରି ସାରିଲେଣି। ଏହି ସ୍ମିମ ଟିକସଦାତାଙ୍କ ସବୁ ଦିଗକୁ ସରକାରଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କ ସମସ୍ୟାର ସମାଧାନ କରିବେ।

ଯଦି କୌଣସି ଟିକସଦାତା କମ ଆୟ ଦେଖାଇବା ବାବଦରେ ନୋଟିସ ପଠାଯାଏ । ତେବେ ସେ ଡରିବା ଆବଶ୍ୟକ ନୁହେଁ । କାରଣ ବିଭାଗ ଏହି ନୋଟିସକୁ ଇ-ଫାଇଲିଙ୍ଗ ୱେବସାଇଟରେ ଟିକସଦାତାଙ୍କ ଆକାଉଣ୍ଟକୁ ପଠାଇବ । ଏହାର ଜବାବ ଦେବା ପାଇଁ ଟିକସଦାତା ପାଖରେ 15ଦିନ ସମୟ ରହିବ । ତେବେ ଟିକସଦାତା ଓ ଆସେମମେଣ୍ଟ ସେଣ୍ଟର୍ସ ମଧ୍ୟରେ ସମସ୍ତ କଥାବାର୍ତ୍ତା ଇଲୋକ୍ଟ୍ରିକ ହିଁ ହେବ । ଏଥିପାଇଁ ଟିକସଦାତାଙ୍କୁ ସେଣ୍ଟର୍ସ କିମ୍ବା ଆଇଟି ବିଭାଗ ଯିବା ମଧ୍ୟ ଦରକାର ନୁହେଁ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବହୁଥର ଟିକସ ଆତଙ୍କକୁ ନେଇ ଚିନ୍ତା ଦର୍ଶାଇଛନ୍ତି । ଏଥିଯୋଗୁଁ ବିନା ଝିନଝଟ ଓ ଟେନସନରେ ଟିକସଦାତାଙ୍କ କାମ ସହଜ ପାଇଁ ସରକାର ଏପରି ସ୍ମିମ ଆଣିବାକୁ ଯାଉଛନ୍ତି।

ABOUT THE AUTHOR

...view details