ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ 8 ମାସ(ନଭେମ୍ବର ସୁଦ୍ଧା) ରେ ଆୟକର ବିଭାଗ ପକ୍ଷରୁ 1.57 ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି । ଯେତେବେଳେ କି 2018-19 ପୂରା ଆର୍ଥିକ ବର୍ଷରେ ଏହା 1.23 କୋଟି ଟଙ୍କା ଥିଲା । ଶୁକ୍ରବାର ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ନେଇ ସୂଚନା ଦେଇଛନ୍ତି ।
8 ମାସରେ 1.57 ଲକ୍ଷ କୋଟି ଟଙ୍କା କର ରିଫଣ୍ଡ: ରାଜସ୍ବ ସଚିବ - ଆୟକର ରିଫଣ୍ଡ
ଚଳିତ ଆର୍ଥିକ ବର୍ଷର ପ୍ରଥମ 8 ମାସ(ନଭେମ୍ବର ସୁଦ୍ଧା) ରେ ଆୟକର ବିଭାଗ ପକ୍ଷରୁ 1.57 ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି ।
8 ମାସରେ 1.57 ଲକ୍ଷ କୋଟି ଟଙ୍କା କର ରିଫଣ୍ଡ : ରାଜସ୍ବ ସଚିବ
ଧୀମା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ଗତ କିଛି ମାସରେ ସରକାର ନେଇଥିବା ପଦକ୍ଷେପକୁ ଆଜି ସାମ୍ବାଦିକ ସମ୍ମିଳନୀରେ ବଖାଣିଛି ଅର୍ଥ ମନ୍ତ୍ରାଣଳୟ । ଏଥିରେ ନିଜର ବିବୃତ୍ତି ରଖି ଅଜୟ କହିଛନ୍ତି ଯେ, ଟିକସ ରିଫଣ୍ଡ 17 ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ଏହା 2.16 କୋଟି ଟଙ୍କାରେ ପହଞ୍ଚିଛି ।
ତେବେ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାକୁ ଉପଯୋଗୀତା ବୃଦ୍ଧି ପାଇଁ ସରକାରଙ୍କ ଦ୍ବାରା ବହୁ ଉପାୟ ଆପଣାଯାଇଛି । ଏହା ଜିଡିପି ବୃଦ୍ଧି ଦିଗରେ ସହଯୋଗ ହେବ ବୋଲି ପାଣ୍ଡେ କହିଛନ୍ତି ।