ଓଡିଶା

odisha

ETV Bharat / business

ଯୋଗ ଶିଖାଇ ହୁଅନ୍ତୁ ମାଲାମାଲ, ଜାଣନ୍ତୁ କିପରି ? - pkg

ଯୋଗ କେବଳ ନିରୋଗ ଓ ନିରାମୟ ଜୀବନ ନୁହେଁ ଦେଇଥାଏ ନିଯୁକ୍ତି । ଏହା ଯୋଗୁଁ ବହୁ ଯୁବପୀଢି ଆଜି ବିଦେଶରେ ରୋଜଗାରକ୍ଷମ ହୋଇପାରୁଛନ୍ତି । ଏଥିସହ ପରୋକ୍ଷରେ ଦେଶର ଆୟ ମଧ୍ୟ ବଢୁଛି । ଜାଣନ୍ତୁ କିପରି ଏହା ସମ୍ଭବ ।

ଡିଜାଇନ ଫଟୋ

By

Published : Jun 21, 2019, 4:15 PM IST

Updated : Jun 21, 2019, 4:20 PM IST

ହାଇଦ୍ରାବାଦ: ଆଜି ବିଶ୍ବ ପାଳୁଛି ଯୋଗ ଦିବସ । ମାଟିଠୁ ଆରମ୍ଭ କରି ଆକାଶ ସବୁଠି ଯୋଗର କ୍ରେଜ । ଏପଟେ ଯୁବପିଢିଙ୍କୁ ଯୋଗମନସ୍କ କରିବାକୁ ଆପଣାଯାଉଛି ଭିନ୍ନ ଏକ ଉପାୟ । ଯେଉଁଠି ନିଜେ ଶିଖିବା ସହ ଅନ୍ୟକୁ ଶିଖାଇ ଅର୍ଥ ଉପାର୍ଜିତ ହେଉଛି । ଆଉ ଏହାର ଜ୍ବଳନ୍ତ ଚିତ୍ର ଆଉ କେଉଁଠି ନୁହେଁ, ଉତ୍ତରାଖଣ୍ଡର ଋଷିକେଶରେ ଦେଖିବାକୁ ମିଳିଛି । ଏହି ସହର ଏବେ କେବଳ ତୀର୍ଥନଗରୀ ନୁହେଁ ଅନ୍ତରାଷ୍ଟ୍ରୀୟ ଯୋଗ ରାଜଧାନୀ ଭାବେ ସମଗ୍ର ବିଶ୍ବରେ ଚହଳ ପକାଇଛି ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ଏଠାରେ ପ୍ରାୟ 300ରୁ ଊର୍ଦ୍ଧ୍ବ ଯୋଗ ସ୍କୁଲ ଓ ପ୍ରଶିକ୍ଷଣ କେନ୍ଦ୍ର ରହିଛି । ଏଠାରୁ ଯୋଗ ଶିଖି ଯୁବପିଢି ଦେଶ ବିଦେଶରେ ନାଁ କମାଇବା ସହ ନିଜ ଆର୍ଥିକ ସମସ୍ୟାରୁ ମୁକ୍ତି ପାଉଛନ୍ତି । ଆଉ ଏସବୁକୁ ସମ୍ଭବ କରିଦେଖାଇଛନ୍ତି ଯୋଗ ଗୁରୁ ମହର୍ଷି ମହେଶ ଯୋଗୀ । ସେ ଗଢି ତୋଳିଥିବା ବହୁ ଯୋଗ କେନ୍ଦ୍ରରେ ଭଳିକି ଭଳି ବିଜନେସ କ୍ୟାମ୍ପ ଚାଲିଥାଏ । ଯେଉଁଠି ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷିତ କରିବାକୁ ଘଣ୍ଟାକୁ 2ରୁ 3ଶହ ଟଙ୍କା ଚାର୍ଜ ନିଆଯାଏ । ଏହା ବ୍ୟତୀତ 15ରୁ 45 ଦିନିଆ ଏପରି ବହୁ ପ୍ରଫେସନାଲ କୋର୍ସ ଲାଗି 40 ହଜାରରୁ ଆରମ୍ଭ କରି ଦେଢ ଲକ୍ଷ ଟଙ୍କାର ଫିସ ଆଦାୟ କରାଯାଇଥାଏ। ଏସବୁ ମଧ୍ୟରେ ଚାରଚାନ୍ଦ ଲଗାଇଥାଏ ବିଦେଶୀଙ୍କ ଆଗମନ । ଖାସ କରି ମାର୍ଚ୍ଚର ପ୍ରଥମ ସପ୍ତାହ ଓ ଯୋଗ ଦିବସ ଭଳି ଅବସରରେ ସହରର ସବୁ ହୋଟେଲ ଓ ଗାଡି ଆଗୁଆ ବୁକିଂ ହୋଇଥାଏ । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ଭଲ ଆୟ ହୋଇଥାଏ ।


ସୁସ୍ଥ ଶରୀର ସୁନ୍ଦର ଜୀବନ । ଆଉ ଏହି ସୁସ୍ଥତାର ମନ୍ତ୍ର ଯୋଗ । ଗୋଟିଏ ପଟେ ଯୋଗାଭ୍ୟାସ କରି ଦୈନନ୍ଦିନ ଜୀବନରେ ସ୍ବାସ୍ଥ୍ୟବାନ ରହିବେ । ଅନ୍ୟପଟେ ଏହାକୁ ଶିଖାଇ ଧନବାନ ହୋଇପାରିବେ । ଏଣୁ ନିଜେ ଶିଖନ୍ତୁ, ଶିଖାନ୍ତୁ ଆଉ ରୋଜଗାରକ୍ଷମ ହୁଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 21, 2019, 4:20 PM IST

For All Latest Updates

ABOUT THE AUTHOR

...view details