ନୂଆଦିଲ୍ଲୀ: ବଦଳିଲା ପରମ୍ପରା । ସୃଷ୍ଟି ହେଲା ନୂଆ ଇତିହାସ । ସଂସଦରେ ରେକର୍ଡ କଲେ ସୀତାରମଣ । 49 ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ମହିଳା ବଜେଟ ଆଗତ କରି ଭାଙ୍ଗିଲେ ଚିରାଚରିତ ପରମ୍ପରା । ବ୍ରିଫକେଶ ନୁହେଁ 4 ଫର୍ଦ୍ଦର ଲାଲ କପଡା ଖୋଲି, ରଖିଲେ 2019-20 ଆର୍ଥିକ ବର୍ଷର ଆୟବ୍ୟୟ ହିସାବ । 125 ମିନଟରେ ବଜେଟ ଭାଷଣରେ ପକାଇଲେ ନ୍ୟୁ ଇଣ୍ଡିଆର ମୂଳଦୁଆ । ଗାଁ-ଗରିବ ଓ ଗ୍ରାମାଞ୍ଚଳ ଉପରେ ଫୋକସ, ହେଲେ ସ୍ବାସ୍ଥ୍ୟ ଉପରେ ନାହିଁ ନଜର ।
ଏପଟେ ଆଗାମୀ 5 ବର୍ଷରେ ଦେଶର ଭିତ୍ତିଭୂମିକୁ ମଜବୁତ କରିବାକୁ ଖର୍ଚ୍ଚ ହେବ 100 ଲକ୍ଷ କୋଟି ଟଙ୍କା । ବଜେଟରେ ଦିବ୍ୟାଙ୍ଗ ପାଇଁ ବଡ ଘୋଷଣା ହୋଇଛି । ଆସିବ ନୂଆ କଏନ, ବଢିବ ପେଟ୍ରେଲ-ଡିଜେଲ ଓ ସୁନା ଦର । ବଜେଟରେ ସରକାରଙ୍କ ଫୋକସରେ ବୈଦ୍ୟୁତିକ ଯାନ । ଏହି ବଜେଟ ଗରିବଙ୍କୁ ବଳ ଦେବା ସହ ଯୁବକଙ୍କ ସୁନ୍ଦର ଭବିଷ୍ୟତ ଗଢିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ତେବେ ନଜର ପକାନ୍ତୁ ବଜେଟ୍ ହାଇଲାଇଟ୍ସ ଉପରେ.......
‘ନାରୀ ତୁ ନାରାୟଣୀ’
- ମୁଦ୍ରା, ଷ୍ଟାର୍ଟଅପ, ଷ୍ଟାର୍ଟଅପ ସ୍କିମ ଜରିଆରେ ମହିଳାଙ୍କୁ ପ୍ରାଥମିକତା
- ଜନଧନ ଯୋଜନାରେ ଅର୍ନ୍ତଭୁକ୍ତ ମହିଳା ହିତାଧିକାରୀଙ୍କୁ 5 ହଜାରର ଓଭରଡ୍ରାଫ୍ଟ
- ମୁଦ୍ରା ସ୍କିମରେ SHG ମହିଳା 1 ଲକ୍ଷ ପର୍ଯ୍ୟନ୍ତ ଋଣ ନେଇପାରିବେ
- ମହିଳା ସେଲ୍ଫ ସ୍କିମକୁ ପ୍ରାଧାନ୍ୟ ଦେବାକୁ WSGକୁ ଅଗ୍ରାଧିକାର ଦିଆଯିବ
ଶକ୍ତିଶାଳୀ ହେବେ ଅନ୍ନଦାତା
- ଆତ୍ମ ନିର୍ଭରଶୀଳ ହେବେ ଚାଷୀ
- ଲାଗୁ ହେବ ଜିରୋ ବଜେଟ ଆଇନ
- 5 ବର୍ଷରେ 10 ହଜାର ନୂଆ କିସାନ ଉତ୍ପାଦକ ସଙ୍ଗଠନ ଗଠନ
- ଦୁଗ୍ଧ ଉତ୍ପାଦନ-ରତ୍ପାନୀକୁ ପ୍ରାଧାନ୍ୟ ଦିଆଯିବ
ବଜେଟରେ କର ଛାଡ
- ବାର୍ଷିକ 5 ଲକ୍ଷ ଆୟ ଉପରେ ନୋ ଟ୍ୟାକ୍ସ
- 3 କୋଟି ମଧ୍ୟବିତ୍ତଙ୍କୁ ମିଳିବ ଫାଇଦା
- ଷ୍ଟାଣ୍ଡର୍ଡ ଡିଡକ୍ସନ 40 ରୁ ବଢି 50 ହଜାର ହୋଇଛି
- ଘର ଭଡା ଉପରେ ଟ୍ୟାକ୍ସ ଡିଡକ୍ସନ ସୀମା ଅଢେଇ ଲକ୍ଷକୁ ବୃଦ୍ଧି
- 40 ହଜାର ସୁଧ ଉପରେ ହୋଉଥିବା ଆୟରେ ଲାଗିବନି ଟିକସ
- 45 ଲକ୍ଷର ଗୃହ କିଣିଲେ ମିଳିବ ଟିକସ ରିହାତି
- 4 ଶହ କୋଟି କାରବାର କରୁଥିବା କମ୍ପାନୀ ଦେବେ 25 ପ୍ରତିଶତ ସୁଧ
- ସୋଲାର ପ୍ୟାନେଲ ଶିଳ୍ପକୁ ଟ୍ୟାକ୍ସ ରିହାତି
- କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଉପରେ ମିଳିବ 2 ପ୍ରତିଶତ ରିହାତି
ପରିବହନ
- 2019ରେ 210 କିଲୋମିଟର ନୂଆ ମେଟ୍ରୋ ଲାଇନ ପରିଯୋଜନା
- ବୈଦ୍ୟୁତିକ ଯାନ ବ୍ୟବହାର ବୃଦ୍ଧି ଉପରେ ଫୋକସ
- ଇଲୋକ୍ଟ୍ରନିକ ବ୍ୟାଟେରୀ ପାଇଁ ଭିତ୍ତିଭୂମି ଗଢାଯିବ
- ଆଗାମୀ 5 ବର୍ଷରେ 1,20,000 କିମି ସଡକ ନିର୍ମାଣ ଲକ୍ଷ୍ୟ
- ରେଳ ସଂଯୋଗକୁ ଅଧିକ ବିକଶିତ ଓ ଯାତ୍ରୀ ଉପଯୋଗୀ କରିବା ପାଇଁ ପିପିପି ମୋଡ
- ସମଗ୍ର ଦେଶରେ ୩୦୦ କିମିର ରେଳ ଓ ମେଟ୍ରୋ ପ୍ରକଳ୍ପ
- ୫ ବର୍ଷ ମଧ୍ୟରେ ୧୨,୫୦୦ କିମି ନୂଆ ରାସ୍ତା ନିର୍ମାଣ ପାଇଁ ୮୦,୨୫୦ କୋଟି ବରାଦ