ଓଡିଶା

odisha

ETV Bharat / business

ଚାଲିଛି ବିଚାର ବିମର୍ଷ, ନିର୍ବାଚନ ପୂର୍ବରୁ ଶସ୍ତାରେ ମିଳିବ ଘର

ଶସ୍ତା ହେବ ଫ୍ଲାଟ। ଘର କିଣିବା ଉପରେ ଆଉ ଦେବାକୁ ପଡିବନି 12 ପ୍ରତିଶତ ଜିଏସଟି। ମାତ୍ର 5 ପ୍ରତିଶତ ଟ୍ୟାକ୍ସ ଦେଇ କିଣିପାରିବେ ନିଜ ସ୍ୱପ୍ନର ଘର।

By

Published : Feb 9, 2019, 7:47 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଶସ୍ତା ହେବ ଫ୍ଲାଟ । ଘର କିଣିବା ଉପରେ ଆଉ ଦେବାକୁ ପଡିବନି 12 ପ୍ରତିଶତ ଜିଏସଟି। ମାତ୍ର 5 ପ୍ରତିଶତ ଟ୍ୟାକ୍ସ ଦେଇ କିଣିପାରିବେ ନିଜ ସ୍ୱପ୍ନର ଘର । କେବଳ ଘର କିଣିବାକୁ ଥିବା ଗ୍ରାହକ ନୁହେଁ ଏଥିଯୋଗୁଁ ରିୟଲ ଇଷ୍ଟେଟ ବ୍ୟବସାୟୀ ବି ହେବେ ଲାଭପ୍ରଦ । ତେବେ ଆସନ୍ତା ସପ୍ତାହ ସୁଦ୍ଧା ଆସିବ ଚୂଡାନ୍ତ ନିଷ୍ପତ୍ତି ।

ପ୍ରକାଶ ଥାଉ ଯେ, ଜାନୁଆରୀ 10ରେ ହୋଇଥିବା 31ତମ ଜିଏଟି ବୈଠକରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ସ୍ଲାବ ହ୍ରାସକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରିନଥିଲା। ଶେଷରେ କମିଟିର ସମର୍ଥନ କ୍ରମେ 6ଜଣିଆ ମନ୍ତ୍ରୀମଣ୍ଡଳ (ଜିଓଏମ) ଗଠନ କରାଯାଇଥିଲା। ନୂଆ ଘର ଉପରେ ଜିଏସଟି ହାର କେତେ ରହିବ, ସେ ନେଇ ଏହି ଗ୍ରୁପ ଅନୁଧ୍ୟାନ କରିବ।

ତେବେ ଜିଓଏମ ମଧ୍ୟ ନିର୍ମାଣଧୀନ ଘର ଓ କମ୍ପଲିସନ୍‌ର (ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାର ପ୍ରମାଣ ପତ୍ର) ଅପେକ୍ଷାରେ ପ୍ରସ୍ତୁତ ଥିବା ଫ୍ଲାଟ ଉପରେ ଜିଏସଟି ସ୍ଲାବ ହ୍ରାସ କରିବାକୁ ସମର୍ଥନ ଦେଇଛନ୍ତି ହେଲେ ଚୂଡାନ୍ତ ନିଷ୍ପତ୍ତିକୁ ଆସନ୍ତା ସପ୍ତାହରେ ଘୋଷଣା କରାଯିବ।

ଏଭଳି ନିର୍ମାଣଧୀନ ସମ୍ପତ୍ତି ଓ ପ୍ରମାଣପତ୍ର ମିଳିନଥିବା ପ୍ରସ୍ତୁତ ଘର କ୍ରୟ ବେଳେ 12% ଜିଏସଟି ଦେବାକୁ ପଡୁଛି। ଏଣୁ ସୁଲଭ ଦରରେ ଯେପରି ଘର ଉପଲବ୍ଧ ହେବ, ସେଥିପାଇଁ ଜିଓଏମ ବିଚାର କରୁଛି। ଯଦି ଏହା ଉପରେ ମୋହର ଲାଗେ ତେବେ ଆଗାମୀ ଦିନରେ ଗ୍ରାହକଙ୍କୁ ନିଜ ବଜେଟ ଅନୁସାରେ ଘର ବା ଫ୍ଲାଟ ମିଳିପାରିବ।


For All Latest Updates

ABOUT THE AUTHOR

...view details