ଓଡିଶା

odisha

ETV Bharat / business

ସୁଧୁରିଛି କର ବ୍ୟବସ୍ଥା, ଦ୍ବିଗୁଣ ହୋଇଛି କରଦାତା ସଂଖ୍ୟା

ସୁଧୁରିଛି ଟିକସ ଅନୁପାଳନ । 17 ସ୍ଥାନୀୟ ଟିକସ ବଦଳରେ କରଦାତା ଏବେ ମାତ୍ର ଗୋଟିଏ ଟିକସ ଦେଉଛନ୍ତି ଜିଏସଟି । ଫଳରେ କରଦାତାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

ସୁଧୁରିଛି କର ବ୍ୟବସ୍ଥା, 2 ଗୁଣା ବଢିଛି କରଦାତା ସଂଖ୍ୟା
ସୁଧୁରିଛି କର ବ୍ୟବସ୍ଥା, 2 ଗୁଣା ବଢିଛି କରଦାତା ସଂଖ୍ୟା

By

Published : Aug 25, 2020, 2:14 PM IST

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର( ଜିଏସଟି) ଲାଗୁ ହେବା ଦ୍ୱାରା ଯେଉଁ ହାରରେ ଲୋକଙ୍କୁ ଟିକସ ଦେବାକୁ ପଡୁଥିଲା ତାହା ହ୍ରାସ ପାଇଛି । ଏଥିସହ ଅନୁପାଳନ ବୃଦ୍ଧି କରିବାରେ ସାହାଯ୍ୟ କରିଛି । ଯାହା ଫଳରେ କରଦାତା ସଂଖ୍ୟା ବୃଦ୍ଧି ପାଇ 12.4 କୋଟିରେ ପହଞ୍ଚିଛି । ସୋମବାର ଅର୍ଥମନ୍ତ୍ରାଳୟ ଏନେଇ ଟ୍ବିଟ କରି ଜଣାଇଛନ୍ତି ।

ପୂର୍ବରୁ ଭାଟ, ଉତ୍ପାଦ ଶୁଳ୍କ, ଏବଂ ବିକ୍ରି ଆଦି କର ଯୋଗୁଁ ଟିକର ମାନକ ଦର 31 ପ୍ରତିଶତ ଯାଏଁ ରହିଥିଲା । ହେଲେ ଜିଏସଟି (ଏକକ ରାଷ୍ଟ୍ର ଏକକ କର) ଦ୍ବାରା ଉପଭୋକ୍ତାଙ୍କୁ ରିଲିଫ ମିଳିଛି । ଏଥିଯୋଗୁଁ କରଦାତାଙ୍କୁ କର ଭରିବାରେ ସହଜ ହେଉଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ମନ୍ତ୍ରାଳୟ ପକ୍ଷରୁ ଏନେଇ ମତ ପ୍ରକାଶ କରାଯାଇଛି ।

ଜିସଏଟି ଲାଗୁ କରିବା ସମୟରେ କରଦାତାଙ୍କ ସଂଖ୍ୟା 65 ଲକ୍ଷ ରହିଥିଲା । ହେଲେ ଏବେ ଏହି ସଂଖ୍ୟା ବହୁତ ପରିମାଣରେ ବଢିଛି । 17ଟି ଟିକସର ଲୋପ ସହ ଗୋଟିଏ ପରୋକ୍ଷ ଟିକସ ଲାଗୁ ହେଲା । ଏହା ଲାଗୁ ପୂର୍ବରୁ ଅଧିକ ଟିକସ କାରଣରୁ ବଡ ବଡ ସଂସ୍ଥା ମଧ୍ୟ ଏହାକୁ ପେମେଣ୍ଟ ପାଇଁ କୁଣ୍ଠାବୋଧ କରୁଥିଲେ । କିନ୍ତୁ ଏବେ ଟିକସ ଅନୁପାଳନ ସୁଧୁରିଛି ।

ଜିଏସଟି ଲାଗୁ ଦ୍ବାରା ଦେଶର ଟିକସ ବ୍ୟବସ୍ଥାରେ ବଡ ଧରଣର ସୁଧାର ଆସିଛି । ଅନେକ ସାମଗ୍ରୀ ଉପରେ ଟିକସ ହାର ହ୍ରାସ ପାଇଛି । ବର୍ତ୍ତମାନ ସମୟରେ 28 ପ୍ରତିଶତ ଟିକସ ସ୍ଲାବରେ ପ୍ରାୟତଃ ବିଳାସପୂର୍ଣ୍ଣ ସାମଗ୍ରୀ ଆଦି 230ଟି ଆଇଟମ ରହିଛି । ପ୍ରାୟ ଜରୁରୀ ସାମଗ୍ରୀ ଆଦି 5 ପ୍ରତିଶତ ସ୍ଲାବରେ ଅନ୍ତର୍ଭୁକ୍ତ । ଜିଏସଟି ରିଟର୍ଣ୍ଣକୁ ଅନଲାଇନରେ ଭରିବାକୁ ପଡୁଛି ।

ପ୍ରକାଶ ଯେ, 2017 ଜୁଲାଇ ପହିଲାରେ ଜିଏସଟି ଲାଗୁ କରାଯାଇଥିଲା । 2014 ମସିହାରୁ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଜେଟଲୀ ଆର୍ଥିକ ପୋର୍ଟଫୋଲିଓ ସମ୍ଭାଳିଥିଲେ । ଜିଏସଟି ଲାଗୁ ପଛରେ ଜେଟଲୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ବର୍ଷକପ 40 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାରକୁ ଜିଏସଟି ବାହାରେ ରଖାଯାଇଛି । ପୂର୍ବରୁ ଏହି ଲିମିଟ 20 ଲକ୍ଷ ଥିଲା ।

ABOUT THE AUTHOR

...view details