ଓଡିଶା

odisha

By

Published : Dec 21, 2020, 6:35 PM IST

ETV Bharat / business

ରାଜ୍ୟ ଓ ୟୁଟିକୁ ଜିଏସଟି କ୍ଷତିପୂରଣର ଅଷ୍ଟମ କିସ୍ତି ଜାରି

ଦ୍ରବ୍ୟ ଏବଂ ସେବା କର (ଜିଏସଟି) କ୍ଷତିପୂରଣ ଅଭାବକୁ ପୂରଣ କରିବା ପାଇଁ କେନ୍ଦ୍ର 6,000 କୋଟି ଟଙ୍କାର ଅଷ୍ଟମ କିସ୍ତି ରାଜ୍ୟକୁ ଜାରି କରିଛି ।

ରାଜ୍ୟ ଓ ୟୁଟିକୁ ଜିଏସଟି କ୍ଷତିପୂରଣର ଅଷ୍ଟମ କିସ୍ତି ଜାରି
ରାଜ୍ୟ ଓ ୟୁଟିକୁ ଜିଏସଟି କ୍ଷତିପୂରଣର ଅଷ୍ଟମ କିସ୍ତି ଜାରି

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଦ୍ରବ୍ୟ ଓ ସେବା କର (ଜିଏସଟି) କ୍ଷତିପୂରଣ 6,000 କୋଟି ଟଙ୍କାର ଅଷ୍ଟମ ସାପ୍ତାହିକ କିସ୍ତି ଜାରି କଲେ କେନ୍ଦ୍ର ସରକାର । ଏ ନେଇ ସୋମବାର ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି ।

ଏ ପର୍ଯ୍ୟନ୍ତ ମୋଟ ଜିଏସଟି କ୍ଷତିପୂରଣ ରାଶି ବାବଦରେ ସ୍ପେଶାଲ ୱିଣ୍ଡୋ ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 48,000 କୋଟି ଟଙ୍କା ଜାରି ହୋଇଛି ।

ଏଥିମଧ୍ୟରୁ 5,516 କୋଟି ଟଙ୍କା 23ଟି ରାଜ୍ୟକୁ ଏବଂ ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ, ଜାମ୍ମୁ କାଶ୍ମୀର ଏବଂ ପୁଡୁଚେରୀକୁ 483.40 କୋଟି ଟଙ୍କା ପ୍ରଦାନ କରାଯାଇଛି । ବାକି 5ଟି ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶ , ମଣିପୁର, ମିଜୋରାମ , ନାଗାଲାଣ୍ଡ ଏବଂ ସିକ୍କିମରେ ଜିଏସଟି ଲାଗୁ ପରେ କୌଣସି ହ୍ରାସ ଦେଖାଦେଇନାହିଁ ।

ରାଜ୍ୟର ଦ୍ରବ୍ୟ ଓ ସେବା କର ( ଜିଏସଟି) ରାଜସ୍ବ ସଂଗ୍ରହ ହ୍ରାସକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର 1.1 ଲକ୍ଷ କୋଟି ଟଙ୍କା ଋଣ କରିବେ । ଏ ନେଇ ଅର୍ଥମନ୍ତ୍ରାଳୟ ସୂଚନା ଦେଇ କହିଥିଲା କି , ‘‘ ଏହି ଋଣ ଉପଯୁକ୍ତ କିସ୍ତିରେ ନିଆଯିବ । ଯାହା ବି ଋଣ ନିଆଯିବ, ତାହାକୁ ଜିଏସଟି କ୍ଷତିପୂରଣ ଉପକରଣ ଜାରି କରିବା ବଦଳରେ ରାଜ୍ୟକୁ ଦିଆଯିବ ।

ABOUT THE AUTHOR

...view details