ଓଡିଶା

odisha

ETV Bharat / business

ଜିଏସଟି ସଂଗ୍ରହରେ ନୂଆ ମାଇଲଷ୍ଟୋନ, ମାର୍ଚ୍ଚରେ ମିଳିଲା 1.23 ଲକ୍ଷ କୋଟି

ଖୁସିଖବର ! ଲଗାତାର ଷଷ୍ଠ ଥର ଧରି ଦ୍ରବ୍ୟ ଓ ସେବା କର ( ଜିଏସଟି) ଆଦାୟ 1 ଲକ୍ଷ କୋଟି ଟଙ୍କା ଟପିଛି । ଅର୍ଥମନ୍ତ୍ରାଳୟର ସୂଚନା ଅନୁସାରେ ମାର୍ଚ୍ଚରେ 1,23,902 କୋଟି ଜିଏସଟି ଆଦାୟ ହୋଇଛି ।

ଜିଏସଟି ସଂଗ୍ରହରେ ମାଇଲଖୁଣ୍ଟ  , ମାର୍ଚ୍ଚରେ ମିଳିଲା  1.23 ଲକ୍ଷ କୋଟି
ଜିଏସଟି ସଂଗ୍ରହରେ ମାଇଲଖୁଣ୍ଟ , ମାର୍ଚ୍ଚରେ ମିଳିଲା 1.23 ଲକ୍ଷ କୋଟି

By

Published : Apr 1, 2021, 3:43 PM IST

ନୂଆଦିଲ୍ଲୀ: ଟ୍ରାକକୁ ଫେରୁଛି ଅର୍ଥନୀତି । ରାଜସ୍ବ ଆଦାୟରେ ଦେଶର ଐତିହାସିକ ରେକର୍ଡ । ସବୁ ପୁରୁଣା ରେକର୍ଡ ଭାଙ୍ଗି ଉପରମୁହାଁ ଦେଶରେ ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ 1.23 ଲକ୍ଷ କୋଟିରେ ପହଞ୍ଚିଛିଛି । ଗୁରୁବାର ଅର୍ଥମନ୍ତ୍ରାଳୟ ପକ୍ଷରୁ ତଥ୍ୟ ଜାରି ହୋଇଛି ।

ଏବେ ସୁଦ୍ଧା ଲଗାତାର ଷଷ୍ଠ ଥର ଧରି ଦ୍ରବ୍ୟ ଓ ସେବା କର ( ଜିଏସଟି) ଆଦାୟ 1 ଲକ୍ଷ କୋଟି ଟଙ୍କା ଟପିଛି । ଅର୍ଥମନ୍ତ୍ରାଳୟର ସୂଚନା ଅନୁସାରେ ମାର୍ଚ୍ଚରେ 1,23,902 କୋଟି ଜିଏସଟି ଆଦାୟ ହୋଇଛି । ଦେଶରେ ଜିଏସଟି ଲାଗୁ ପରଠୁ ମାର୍ଚ୍ଚ ମାସର ସଂଖ୍ୟା ସବୁଠୁ ଅଧିକ । ସେହିପରି ମହାମାରୀ ପରେ ଲଗାତାର 4ର୍ଥ ଥର ଏହା 1.1 ଲକ୍ଷ କୋଟି ଟଙ୍କାରୁ ଅଧିକ ଅଛି । ଏହି ପରିସଂଖ୍ୟାନ ଦର୍ଶାଉଛି ଯେ ଦେଶର ଅର୍ଥବ୍ୟବସ୍ଥା ସୁଧାର ପଥରେ ।

ମନ୍ତ୍ରାଳୟ ଅନୁସାରେ 2021 ମାର୍ଚ୍ଚରେ 1.23 ଲକ୍ଷ କୋଟିର ମୋଟ ଜିଏସଟି ସଂଗ୍ରହରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି)ର 22,973 କୋଟି ଟଙ୍କା, ରାଜ୍ୟ ଜିଏସଟି (ଏସଜିଏସଟି) 29,329 କୋଟି ଓ ଆଇଜିଏସଟି 62,842 କୋଟି ଟଙ୍କା ରହିଛି । ଏଥିରେ ଉପକରର ଯୋଗଦାନ 8,757 କୋଟି ଟଙ୍କା ( ଦ୍ରବ୍ୟର ଆମଦାନୀ ଉପରୁ ଏକତ୍ର 935 କୋଟି ଟଙ୍କା ସାମିଲ ) ରହିଛି ।

ଏହା ପୂର୍ବ ମାସ ଫେବୃଆରୀରେ ଜିଏସଟି ଆଦାୟ 1,13,143 କୋଟି ଟଙ୍କା ଥିଲା । 2021 ମାର୍ଚ୍ଚ ମାସରେ ରାଜସ୍ବ ଗତ ବର୍ଷର ସମାନ ଅବଧି ତୁଳନାରେ 27 ପ୍ରତିଶତରୁ ଅଧିକ ଅଛି ।

ଗତ ଏ ବର୍ଷରେ ଦେଶରେ ଜିଏସଟି ସଂଗ୍ରହ କେତେ ଥିଲା

ମାର୍ଚ୍ଚ 202097,597
ଏପ୍ରିଲ 202032,294
ମେ 202062,009
ଜୁନ202090,917
ଜୁଲାଇ 202087,422
ଅଗଷ୍ଟ 202086,449
ସେପ୍ଟେମ୍ବର 202095,480
ଅକ୍ଟୋବର 20201,05,155
ନଭେମ୍ବର20201,04,963
ଡିସେମ୍ବର 20201,15,174
ଜାନୁଆରୀ 20211,19,847
ଫେବୃଆରୀ20211,13,143
ମାର୍ଚ୍ଚ 20211,23,902

ABOUT THE AUTHOR

...view details