ଓଡିଶା

odisha

ETV Bharat / business

ଗଠନ ହେବ ରାଷ୍ଟ୍ରୀୟ କଲ୍ୟାଣ ବୋର୍ଡ, କମିବ ବେପାରୀଙ୍କ ସମସ୍ୟା

କ୍ଷୁଦ୍ର ବେପାରୀଙ୍କୁ ଖୁସି ଖବର । ଦୂର ହେବ ସେମାନଙ୍କ ସବୁ ଚିନ୍ତା । କାରଣ ପୂରଣ ହେବ ଦୀର୍ଘଦିନ ଧରି ଚାଲିଆସୁଥିବା ଦାବି। କେନ୍ଦ୍ର ସରକାର ଗଠନ କରିବେ ରାଷ୍ଟ୍ରୀୟ କଲ୍ୟାଣ ବୋର୍ଡ । ଏହା ଦ୍ବାରା 7 କୋଟି କ୍ଷୁଦ୍ର ଓ ମଧ୍ୟମ ବେପାରୀ ଫାଇଦା ପାଇବେ ।

By

Published : Jul 30, 2019, 2:15 PM IST

ପ୍ରତିକାତ୍ମକ ଫଟୋ


ନୂଆଦିଲ୍ଲୀ: କ୍ଷୁଦ୍ର ଓ ମଧ୍ୟମ ବେପାରୀଙ୍କ ପାଇଁ ସରକାରଙ୍କ ତତ୍ପରତା । ଯେପରି ଏମାନଙ୍କ ସବୁ ସମସ୍ୟାର ସମାଧାନ ହେବ ସେଥିଲାଗି ଖୁବଶୀଘ୍ର କେନ୍ଦ୍ର ସରକାର ଗଠନ କରିବେ ରାଷ୍ଟ୍ରୀୟ କଲ୍ୟାଣ ବୋର୍ଡ । ଏଦା ଦ୍ବାରା ପ୍ରାୟ 7 କୋଟି ବ୍ୟୟସାୟୀ ଲାଭବାନ ହେବେ ।

ବାଣିଜ୍ୟ ମନ୍ତ୍ରାଣଳୟର ଅଧିକାରୀଙ୍କ ଅନୁଯାୟୀ, ଚଳିତ ଅଧିବେଶନ ଶେଷ ହେବା ପରେ ଏହି ବୋର୍ଡ ଗଠନର ଘୋଷଣା କରାଯିବ । ପ୍ରକାଶ ଥାଉ ଯେ, କ୍ଷମତାସୀନ ମୋଦି ସରକାର ନିଜ ନିର୍ବାଚନୀ ଇସ୍ତହାରରେ ମଧ୍ୟ ବେପାରୀଙ୍କ ହିତ ଲାଗି ରାଷ୍ଟ୍ରୀୟ ବେପାରୀ କଲ୍ୟାଣ ବୋର୍ଡ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସୂଚନା ମୁତାବକ, ଜଣେ ଚେୟାରମ୍ୟାନଙ୍କ ହାତରେ ବୋର୍ଡର କମାଣ୍ଡ ରହିବ । ସେ ଜଣେ ସରକାରୀ ଅଧିକାରୀ ହୋଇଥିବେ । ଏହା ବ୍ୟତୀତ ବୋର୍ଡରେ 10 ସଦସ୍ୟ ଟ୍ରେଡ ଆସୋସିଏସନ ପ୍ରତିନିଧି ରୂପରେ ସାମିଲ ହେବେ । ଏପଟେ 5 ସଦସ୍ୟ ରିଟେଲ ଟ୍ରେଡ ସେକ୍ଟରର ବିଶେଷଜ୍ଞ ଭାବେ ଦାୟିତ୍ବ ସମ୍ଭାଳିବେ । ଡିପାର୍ଟମେଣ୍ଟ ଅଫ ଇଣ୍ଡଷ୍ଟ୍ରିଆଲ ପଲିସି ଆଣ୍ଡ ପ୍ରମୋଶନ ଓ ଉପଭୋକ୍ତା ମାମଲାର ମନ୍ତ୍ରଣାଳୟ ମଧ୍ୟ ଏହି ବୋର୍ଡର ଭାଗୀଦାର ହେବେ । ଏହି ବୋର୍ଡ ବେପାରୀଙ୍କ ସମସ୍ୟାର ସମାଧାନ, ସେମାନଙ୍କ ଧନ ଉପଲବ୍ଧିରେ ସୁଧାର ଓ ରହିଥିବା ଆଇନ କାନୁନକୁ ସରଳ ଓ ସୁଗମ କରିବା କ୍ଷେତ୍ରରେ କାମ କରିବେ ।

ABOUT THE AUTHOR

...view details