ଓଡିଶା

odisha

By

Published : Feb 9, 2021, 10:25 PM IST

ETV Bharat / business

ଶୀଘ୍ର ଆସିବ କ୍ରିପ୍ଟୋ କରେନ୍ସି ବିଲ: ଅର୍ଥ ରାଷ୍ଟ୍ରମନ୍ତ୍ରୀ

କ୍ରିପ୍ଟୋ କରେନ୍ସିକୁ ସିଧାସଳଖ ବିନିମୟ ପାଇଁ କୌଣସି ଆଇନ ଢାଞ୍ଚା ନାହିଁ । ଏନେଇ ଶୀଘ୍ର ବିଲ ଆଣିବାକୁ ପ୍ରୟାସ କରୁଛନ୍ତି ସରକାର । ଅଧିକ ପଢନ୍ତୁ..

ଶୀଘ୍ର ଆସିବ କ୍ରିପ୍ଟୋ କରେନ୍ସି ବିଲ : ଅର୍ଥ ରାଷ୍ଟ୍ରମନ୍ତ୍ରୀ
ଶୀଘ୍ର ଆସିବ କ୍ରିପ୍ଟୋ କରେନ୍ସି ବିଲ : ଅର୍ଥ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଡିଜିଟାଲ କରେନ୍ସି ବା କ୍ରିପ୍ଟୋ କରେନ୍ସି ସମ୍ବନ୍ଧରେ କେନ୍ଦ୍ର ସରକାର ଶୀଘ୍ର ଏକ ବିଲ ଆଣିବେ । ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟସଭାର ପ୍ରଶ୍ନ କାଳ ମଧ୍ୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏ ନେଇ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ଏଭଳି ସମୟରେ ସହକାରୀ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ 98.5 ପ୍ରତିଶତ ଲୋକଙ୍କ ଟଙ୍କା ସୁରକ୍ଷିତ ଅଛି । କାରଣ ସେମାନଙ୍କ ଟଙ୍କା 5 ଲକ୍ଷ ଯାଏଁ ସରକାରଙ୍କ ସୁରକ୍ଷାରେ ରହିଛି । ରିଜର୍ଭ ବ୍ୟାଙ୍କ, ସେବି ଆଦି ଭଳି ନିୟାମକ ସଂସ୍ଥାଙ୍କ ପାଖରେ କ୍ରିପ୍ଟୋ କରେନ୍ସିକୁ ସିଧାସଳଖ ବିନିମୟ ପାଇଁ କୌଣସି ଆଇନ ଢାଞ୍ଚା ନାହିଁ । କାରଣ ଏହା ନା ମୁଦ୍ରା ନା ସମ୍ପତ୍ତି ଓ ସିକ୍ୟୁରିଟି । ଏଣୁ ବର୍ତ୍ତମାନ ସମୟରେ ଏହି ବିଷୟର ସମାଧାନ କରିବା ପର୍ଯ୍ୟାପ୍ତ ନୁହେଁ । ଆଉ ସରକାର ଏ ସମ୍ବନ୍ଧରେ ଏକ ଆନ୍ତ ମନ୍ତ୍ରୀ କମିଠି ଗଠନ କରିଛନ୍ତି । ଯେଉଁଥିରେ ସେମାନେ ନିଜ ରିପୋର୍ଟ ଦେଇଛନ୍ତି ।

ଏହି ସମ୍ବନ୍ଧରେ ଏକ ବିଧେୟକଙ୍କୁ ଅନ୍ତିମ ରୂପ ଦିଆଯାଉଛି । ଆଉ ଏହାକୁ ଶୀଘ୍ର ହିଁ ମନ୍ତ୍ରୀମଣ୍ଡଳ ପାଖକୁ ପଠାଯିବ । ସରକାର ଶୀଘ୍ର ହିଁ ବିଧେୟକ ଆଣିବେ । ସହକାରୀ ବ୍ୟାଙ୍କରେ ଯେଉଁ ଲୋକଙ୍କ ଆକାଉଣ୍ଟ ରହିଥାଏ, ସେଥିମଧ୍ୟରୁ ପ୍ରାୟ 98.5 ପ୍ରତିଶତ ଲୋକଙ୍କ ସମସ୍ତ ଟଙ୍କା ସୁରକ୍ଷିତ ରହିଥାଏ । କାରଣ ସେମାନଙ୍କ 5 ଲକ୍ଷ ଟଙ୍କାରୁ କମ ପ୍ରାୟତଃ ରହିଥାଏ । ପୂର୍ବରୁ ବ୍ୟାଙ୍କରେ ସମସ୍ୟା ଆସିବା ପରେ ଲୋକଙ୍କୁ ଟଙ୍କା ମିଳୁନଥିଲା । କାରଣ ଜମା ବୀମା କଭର କେବଳ ଲକ୍ଷେ ଟଙ୍କା ଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହି କଭରକୁ ବଢାଇ 5 ଲକ୍ଷ ଟଙ୍କା କରିଦେଇଛନ୍ତି । ଆଉ ଏହି ବ୍ୟବସ୍ଥା ସହକାରୀ ବ୍ୟାଙ୍କରେ ମଧ୍ୟ ଲାଗୁ ହୋଇଥାଏ ।

ABOUT THE AUTHOR

...view details