ଓଡିଶା

odisha

ETV Bharat / business

ନିଦରୁ ଉଠିଲେ ସରକାର: ଏବେ ବୁଝିବେ ଚାଷୀଙ୍କ ଦୁଃଖ

ପ୍ରାକୃତିକ ବିତ୍ପାତ କରିଛି ବ୍ୟତିବ୍ୟସ୍ତ । ଅଦିନିଆ ବର୍ଷାରେ ହୋଇଛନ୍ତି ଡହଳବିକଳ, ଫସଲ ଉପରେ ଚକଡା ପୋକର ପ୍ରକୋପ, ଫସଲରେ ଖର୍ଚ୍ଚ ଠାରୁ ଫଳ କମ, ଆଉ ଶେଷରେ ଋଣ ଭାରର ବୋଝ ।

By

Published : Feb 6, 2019, 11:31 PM IST

ପ୍ରତିକାତ୍ମକ ଫଟୋ


ନୂଆଦିଲ୍ଲୀ: ପ୍ରାକୃତିକ ବିତ୍ପାତ କରିଛି ବ୍ୟତିବ୍ୟସ୍ତ । ଅଦିନିଆ ବର୍ଷାରେ ହୋଇଛନ୍ତି ଡହଳବିକଳ, ଫସଲ ଉପରେ ଚକଡା ପୋକର ପ୍ରକୋପ, ଫସଲରେ ଖର୍ଚ୍ଚ ଠାରୁ ଫଳ କମ, ଆଉ ଶେଷରେ ଋଣ ଭାରର ବୋଝ । ଏପରି ବିଭିନ୍ନ କାରଣ ଯୋଗୁଁ ହନ୍ତସନ୍ତ ହୋଉଛନ୍ତି କୋଟିକୋଟି ଅନ୍ନଦାତା । ହେଲେ ଦେଖୁଛି କିଏ, ଜାଣୁଛି କିଏ ?

ଶେଷରେ ବର୍ଷ ବର୍ଷର ଅଚିନ୍ତା ନିଦରୁ ଉଠି ଆଖି ଖୋଲିଛନ୍ତି ସରକାର । ଚାଷୀଙ୍କ ଦୁଃଖକୁ ବୁଝିବାକୁ କରୁଛନ୍ତି ପ୍ରୟାସ । ଦେଶର ଚାଷୀ କିପରି, କେଉଁ ଅବସ୍ଥାରେ ରହିଛନ୍ତି ସେ ନେଇ ସର୍ଭେ କରିବାକୁ ଆରମ୍ଭ କରିଛନ୍ତି ଯୋଜନା । ଏହି ସର୍ଭେରେ ଚଳିତ ଶସ୍ୟ ବର୍ଷ(ଜୁଲାଇ-ଜୁନ)ର କୃଷକଙ୍କ ଆୟ ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ହେବ ଅନୁଧ୍ୟାନ ।

ଚଳିତ କ୍ୟାଲେଣ୍ଡର ବର୍ଷରେ ଜାତୀୟ ନମୂନା ସର୍ବେକ୍ଷଣର 77ତମ ପର୍ଯ୍ୟାୟରେ କୃଷି ପରିବାରର ସ୍ଥିତି ଅନୁଧ୍ୟାନ ସର୍ଭେ କରାଯିବ । ଏନେଇ ମଙ୍ଗଳବାର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଲୋକସଭାରେ ଲିଖିତ ଉତ୍ତର ଦେଇ ଜଣାଇଛନ୍ତି ।

ପ୍ରକାଶ ଥାଉ କି, ସନ୍ଦର୍ଭ ବର୍ଷ 2012-13(ଶସ୍ୟ ବର୍ଷ)ରେ ଜାତୀୟ ନମୂନା ସର୍ବେକ୍ଷଣ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଏହା ପରେ ଏପରି କୌଣସି ଚାଷୀ ଓ ଚାଷ ସମ୍ବନ୍ଧୀୟ ସର୍ଭେ କରାଯାଇନାହିଁ । ଏଥିପାଇଁ ତ 2014ରୁ 2018ମଧ୍ୟରେ ଚାଷୀଙ୍କ ସମ୍ପର୍କିତ କୌଣସି ତଥ୍ୟର ସୂଚନା ମିଳିପାରୁନାହିଁ । ତେବେ ଏହି ସର୍ଭେ ପାଇଁ ଅଧିକ ପରିମାଣର ଅର୍ଥ ଆବଶ୍ୟକତା ରହିଛି ।

For All Latest Updates

ABOUT THE AUTHOR

...view details