ନୂଆଦିଲ୍ଲୀ: ବେଲଗାମ ପିଆଜ ଦାମ । ଆଜି 50 କାଲି 80 , ତାପରେ 100 ଏପରି ବଢି ବଡି ଏବେ 120ରୁ 130 ହେଲାଣି ପିଆଜ କିଲୋ । ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ମଙ୍ଗଳବାର ଖୁଚୁରା ଓ ହୋଲସେଲ ବିକ୍ରେତାଙ୍କ ଷ୍ଟର ସୀମା କମ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ବେଲଗାମ ପିଆଜ, ମହଜୁଦ ସୀମା କମାଇଲେ ସରକାର
ବେଲଗାମ ପିଆଜ ଦାମ । ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ମଙ୍ଗଳବାର ଖୁଚୁରା ଓ ହୋଲସେଲ ବିକ୍ରେତାଙ୍କ ଷ୍ଟକ ସୀମା କମାଇଛନ୍ତି କେନ୍ଦ୍ର ସରକାର ।
ବେଲଗାମ ପିଆଜ, ମହଜୁଦ ସୀମା କମାଇଲେ ସରକାର
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବେ ଖୁଚୁରା ବିକ୍ରେତା 5 ଟନ ଓ ହୋଲସେଲ ବିକ୍ରେତା 25 ଟନ ପିଆଜ ମହଜୁଦ ରଖିପାରିବେ । ଲଗାତାର ବଢୁଥିବା ପିଆଜ ଦରରେ ବ୍ରେକ ଆଣିବା ପାଇଁ ସରକାର ବିଦେଶରୁ ପିଆଜ ଆମଦାନୀ ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଉପଭୋକ୍ତା ମାମଲାର ମନ୍ତ୍ରାଣଳୟ ଦ୍ବାରା ଜାରି ଆଦେଶ ଅନୁସାରେ, ପ୍ରଥମେ ଖୁଚୁରା ବିକ୍ରିତାଙ୍କୁ 10 ଟନ ପର୍ଯ୍ୟନ୍ତ ଓ ହୋଲସେଲ ବିକ୍ରେତାଙ୍କୁ 50 ଟନ ପର୍ଯ୍ୟନ୍ତ ପିଆଜ ଷ୍ଟକ ରଖିବା ନେଇ ଅନୁମତି ମିଳିଚି । ହେଲେ ଏବେ ଦରକୁ ଦେଖି ଏହି ସୀମାକୁ ଅଧା କରିଦିଆଯାଇଛି ।