ଓଡିଶା

odisha

ETV Bharat / business

ପୁଣି ଲାଗୁ ହେବ କି ଲକଡାଉନ ? ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ

ଦେଶରେ ଜଳରାଶି ଭଳି କୋରୋନା ସଂକ୍ରମଣ ବଢିବା ଯୋଗୁଁ ପୁଣି ଲକଡାଉନ ଲାଗିବ ବୋଲି ଭୟ ଉପୁଜିଛି । ଏଥିମଧ୍ୟରେ ଲକଡାଉନ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ..

ପୁଣି  ଲାଗୁ ହେବ କି  ଲକଡାଉନ  ? ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ
ପୁଣି ଲାଗୁ ହେବ କି ଲକଡାଉନ ? ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ

By

Published : Apr 14, 2021, 8:45 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ମାମଲା ବଢୁଛି । ଏଥିସହ ପୁଣି ଲକଡାଉନ ଫେରିବ ବୋଲି ଉପୁଜିଛି ଆଶଙ୍କା । ଆଉ ଯଦି ଏଭଳି ହୁଏ ତେବେ ଅର୍ଥନୀତି ପ୍ରବଳ କ୍ଷତି ସହିବା ନେଇ ଆକଳନ ହେଉଛି । ଏଥିମଧ୍ୟରେ ଲକଡାଉନ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅର୍ଥନୀତି ସ୍ପଷ୍ଟ କରିଛନ୍ତି କି ସରକାର ବ୍ୟାପକ ସ୍ତରରେ ଲକଡାଉନ ଲଗାଯିବ ନାହିଁ । ଆଉ ମହାମାରୀ ରୋକିବା ପାଇଁ କେବଳ ସ୍ଥାନୀୟ ସ୍ତରରେ ନିୟନ୍ତ୍ରଣ ପଦକ୍ଷେପ ନିଆଯିବ । ଦେଶରେ କୋରୋନା ଭାଇରସ ମାମଲା ବୃଦ୍ଧି ମଧ୍ୟରେ ଲୋକଙ୍କ ଦ୍ବନ୍ଦ ଦୂର କରି ଏ ନେଇ କହିଛନ୍ତି ସୀତାରମଣ ।

ବିଶ୍ବ ବ୍ୟାଙ୍କ ଗ୍ରୁପ ସଭାପତି ଡେଭିଡ ମାଲପାସଙ୍କ ସହ ଅନଲାଇନ ବୈଠକରେ ସୀତାରମଣ ଭାରତର ବିକାଶ ପାଇଁ ଓ ଅଧିକ ଋଣ ସୁବିଧା ଯୋଗାଇବା ପାଇଁ ବିଶ୍ବବ୍ୟାପୀ ପଦକ୍ଷେପର ପ୍ରଂଶସା କରିଛନ୍ତି । ଅର୍ଥ ମଣନ୍ତ୍ରାଳୟ ଟ୍ବିଟ କରିଛି ଯେ, ଅର୍ଥମନ୍ତ୍ରୀ କୋରୋନା ଭାଇରସ ସଂକ୍ରମଣ ପ୍ରତିହିତ ପାଇଁ 5 ସୂତ୍ରୀ ରଣନୀତି - ଅନୁସନ୍ଧାନ, ଚିହ୍ନଟ, ଚିକିତ୍ସା, ଟୀକାକରଣ ଏବଂ ଉପଯୁକ୍ତ ଆଚରଣ ସମେତ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସେୟାର କରିଛନ୍ତି ।

ସେ କହିଛନ୍ତି କି , ଦ୍ବିତୀୟ ଥର ସଂକ୍ରମଣର ଦ୍ରୁତ ବ୍ୟାପିବା ସତ୍ତ୍ବେ , ଆମର ସ୍ପଷ୍ଟ ପଦକ୍ଷେପ ଯେ ଆମେ ବଡ଼ ଧରଣର 'ଲକଡାଉନ' ଲଗାଇବୁ ନାହୁଁ । ଆମେ ସମ୍ପୁର୍ଣ୍ଣ ଭାବେ ଅର୍ଥନୀତିକୁ ଠପ ରଖିବାକୁ ଚାହୁଁନାହୁଁ । କୋଭିଡ ରୋଗୀ କିମ୍ବା ପରିବାରକୁ ସ୍ଥାନୀୟ ସ୍ତରରେ ଅଲଗା ରଖିବା ପାଇଁ ପଦକ୍ଷେପ ନିଆଯିବ। ସ୍ଥାନୀୟ ନିୟନ୍ତ୍ରଣ ପଦକ୍ଷେପ ମାଧ୍ୟମରେ ଏହି ସଙ୍କଟର ମୁକାବିଲା କରାଯିବ । ଲକଡାଉନ୍ ଲାଗୁ ହେବ ନାହିଁ ।

ABOUT THE AUTHOR

...view details