ନୂଆଦିଲ୍ଲୀ: ଦେଶବ୍ୟାପୀ ତାଲା ବନ୍ଦ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ନିୟଣ୍ଟ ହେବ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ବଜାର ଉପରେ ତୀଖ୍ନ ନଜର ରଖିଛନ୍ତି । ଯେପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧ ହେବ ଓ କଳାବଜାରୀ ନ ହେବ ସେ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶୱାନ ସୁନିଶ୍ଚିତ କରିଛନ୍ତି ।
କୋରୋନା ଲଢେଇ: ‘ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ହେବନାହିଁ’
ବର୍ତ୍ତମାନ ପରିସ୍ଥିତିରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧ ଗୁରୁତ୍ବ ଦିଆଯାଉଛି ବୋଲି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶୱାନ ସୁନିଶ୍ଚିତ କରିଛନ୍ତି ।
କୋରୋନା ଲଢେଇ: ‘ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ହେବନାହିଁ’
ସେ କହିଛନ୍ତି ଯେ, ଲୋକଙ୍କ ଆବଶ୍ୟକତା ଅନୁସାରେ ସାମଗ୍ରୀ ଯୋଗାଇବାକୁ ରାଜ୍ୟଗୁଡିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପାସୱାନ ଟ୍ବିଟ କରି କହିଛନ୍ତି କି, ସରକାର କୋରୋନା # Covid19ର ବିତ୍ପାତ ମଧ୍ୟରେ ତମାମ ଆବଶ୍ୟକୀୟ ବସ୍ତୁକୁ ବଜାରରେ ଉପଲବ୍ଧ ନେଇ ଲଗାତାର ନଜର ରଖିଛନ୍ତି । ଏଥିସହ ସମସ୍ତ ରାଜ୍ୟ ସରକାରଙ୍କ ସମ୍ପର୍କରେ ରହିଛୁ । ଯେପରି କେବେ ବି କୌଣସି ଜିନିଷର ଅଭାବ ନ ହେବ । ଆଉ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ପ୍ରଫିଟ ଉପରେ ଅଧିକ ଗୁରୁତ୍ବ ନ ଦେବାକୁ ଉତ୍ପାଦକାରୀ ଓ ବ୍ୟବସାୟୀଙ୍କୁ ନିବେଦନ କରାଯାଇଛି ।