ଓଡିଶା

odisha

ETV Bharat / business

ରପ୍ତାନୀକାରୀଙ୍କ ପାଇଁ ବଢିବ ଋଣ ସହାୟତା ଯେଜାନା ଅବଧି ! - ରପ୍ତାନୀକାରୀଙ୍କୁ ଆଶ୍ବସ୍ତି

ରପ୍ତାନୀ ସେକ୍ଟରକୁ ଉପଶମ ଦେବାକୁ ପ୍ରସ୍ତୁତି କରୁଛନ୍ତି ସରକାର । ଶୀଘ୍ର ସୁଧ ସହାୟତା ଯୋଜନା ବୃଦ୍ଧି ନେଇ କରିପାରନ୍ତି ଘୋଷଣା । ଅଧିକ ପଢନ୍ତୁ..

govt may extend interest equalisation scheme
ରପ୍ତାନୀକାରୀଙ୍କ ପାଇଁ ବଢିବ ଋଣ ସହାୟତା ଯେଜାନା ଅବଧି !

By

Published : May 2, 2020, 12:25 AM IST

ନୂଆଦିଲ୍ଲୀ: କୋରୋନା କଟକଣା ଯୋଗୁଁ ଗୁରୁତର ହୋଇପଡିଥିବା ରପ୍ତାନୀ କ୍ଷେତ୍ରକୁ ଉପଶମ ଦେବା ପାଇଁ ପ୍ରୟାସ କରୁଛନ୍ତି ସରକାର । ଏଥିଯୋଗୁଁ ମାର୍ଚ୍ଚ 31କୁ ଶେଷ ହେଉଥିବା ସୁଧ ସହାୟତା (interest equalization) ଯୋଜନା ଅବଧିକୁ ଶୀଘ୍ର ବଢାଯାଇପାରେ ।

ଏହି ଯୋଜନା ଅଧିନରେ ରପ୍ତାନୀକାରୀଙ୍କୁ କିଛି ବିଶେଷ ବସ୍ତୁ ପାଇଁ ଲୋନ ଉପରେ 3ରୁ 5 ପ୍ରତିଶତ ସବସିଡି ଦିଆଯାଇଥାଏ । ଏହି ଯୋଜନାର ଘୋଷଣା 2015 ଏପ୍ରିଲରେ 5 ବର୍ଷ ପାଇଁ କରାଯାଇଥିଲା ।

ଫିକ୍କି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଦେଶ ବ୍ୟାପର ମହାନିର୍ଦ୍ଦେଶକ ଅମିତ ଯାଦବ କହିଛନ୍ତି ଯେ, ‘‘ଆଗାମୀ ସପ୍ତାହରେ ଆପଣ ସୁଧ ସହାୟତା ଯୋଜନା ବୃଦ୍ଧି ନେଇ ଏକ ଭଲ ଖବର ଶୁଣିବେ ।’’

ଏକ ବିବୃତ୍ତିରେ ଫିକ୍କି (ଫେଡେରେଶନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ)ଜଣାଇଛି କି, ‘ଆମେ ନିଶ୍ଚିତ କରୁଛୁ କି ରପ୍ତାନୀ ପୁଣି ଥରେ ଟ୍ରାକକୁ ଫେରିବ । ତେବେ ମାର୍ଚ୍ଚ ଓ ଏପ୍ରିଲ ରପ୍ତାନୀରେ ସଙ୍କଟର ପ୍ରଭାବ ଦେଖିବାକୁ ମିଳିବ । ତେବେ ସରକାର ଏହି କଠିନ ସମୟରେ ଲଗାତାର ହିତାଧାରୀଙ୍କ ସହ କଥାବାର୍ତ୍ତା ହେଉଛନ୍ତି ।’

ABOUT THE AUTHOR

...view details