ଓଡିଶା

odisha

ETV Bharat / business

ଚୀନଠୁ ମିଳିଛି 120ରୁ ଅଧିକ FDI ପ୍ରସ୍ତାବ

ଲଦାଖ ସୀମାରେ ବିବାଦ ଲାଗି ରହିଥିବା ମଧ୍ୟରେ ଦେଶକୁ ଚୀନ ପକ୍ଷରୁ ମିଳିଛି 120ରୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫଡିଆଇ) । ଏହି ନିବେଶ ମୋଟ ରାଶି ପାଖାପାଖୀ 12,000 କୋଟି ଟଙ୍କା ରହିଛି । ଅଧିକ ପଢନ୍ତୁ..

ଚୀନଠାରୁ ମିଳିଛି 120ରୁ ଅଧିକ  FDI ପ୍ରସ୍ତାବ
ଚୀନଠାରୁ ମିଳିଛି 120ରୁ ଅଧିକ FDI ପ୍ରସ୍ତାବ

By

Published : Dec 23, 2020, 7:02 AM IST

ନୂଆଦିଲ୍ଲୀ: ଲଦାଖ ସୀମାରେ ବିବାଦ ଲାଗି ରହିଥିବା ମଧ୍ୟରେ ଦେଶକୁ ଚୀନ ପକ୍ଷରୁ ମିଳିଛି 120ରୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫଡିଆଇ) । ଏପ୍ରିଲ ପରଠୁ ଏହି ପ୍ରସ୍ତାବ ମିଳିଛି । ଏଥିରେ ନିବେଶର ମୋଟ ରାଶି ପାଖାପାଖୀ 12,000 କୋଟି ଟଙ୍କା ରହିଛି ।

ଏପ୍ରିଲ ମାସରେ ସରକାର ଏଫଡିଆଇ ନିୟମରେ ପରିବର୍ତ୍ତନ କରିଥିଲେ । ଏହା ଅନୁସାରେ ଯେଉଁ ଦେଶର ସୀମା ଭାରତ ସହ ଯୋଡି ହୋଇ ରହିଛି , ସେମାନେ ନିବେଶ ପାଇଁ ସରକାରଙ୍କ ମଞ୍ଜୁରୀ ନେବା ବାଧ୍ୟତାମୂଳକ । ଅର୍ଥାତ ଚୀନରୁ ଆସୁଥିବା କୌଣସି ମଧ୍ୟ ଏଫଡିଆଇ ପ୍ରସ୍ତାବ ପାଇଁ ସରକାରଙ୍କ ମଞ୍ଜୁରୀରର ଆବଶ୍ୟକତା ରହିଛି ।

ସୂତ୍ର ଅନୁସାରେ ସରକାର ଚୀନ ପ୍ରସ୍ତାବକୁ ଯାଞ୍ଚ ପାଇଁ ଇଣ୍ଟର ମିନିଷ୍ଟର କମିଠି ଗଠନ କରାଯାଇଛି । ଚୀନରୁ ଆସିଥିବା ଏଫଡିଆଇର ଅଧିକାଂଶ ପ୍ରସ୍ତାବ ବ୍ରାଉନଫିଲ୍ଡ ପ୍ରୋଜେକ୍ଟ ପାଇଁ ରହିଛି । ଅର୍ଥାତ ଏମାନେ ବର୍ତ୍ତମାନର ଭାରତୀୟ କମ୍ପାନୀରେ ନିବେଶ ସହ ଯୋଡି ହୋଇ ରହିଛି ।

ଏପ୍ରିଲରେ ଡିପାର୍ଟମେଣ୍ଟ ଅଫ ପ୍ରମୋଶନ ଅଫ ଇଣ୍ଡଷ୍ଟ୍ରିଜ ଆଣ୍ଡ ଇଣ୍ଟରନାଲ ଟ୍ରେଡ (DPIIT) ଏକ ପ୍ରେସ ନୋଟରେ କହିଛି କି ଭାରତ ସହ ସୀମା ସେୟାର କରୁଥିବା କୌଣସି ଦେଶର କମ୍ପାନୀ କିମ୍ବା ବ୍ୟକ୍ତି ସରକାରଙ୍କ ମଞ୍ଜୁରୀ ପରେ ଭାରତରେ ନିବେଶ କରିପାରିବେ । ଏହାର ଲକ୍ଷ୍ୟ ହେଇ କୋଭିଡ-19 ମହାମାରୀର ସୁୟୋଗ ନେଇ ଯେପରି ଭାରତୀୟ କମ୍ପାନୀର ଅଧିଗ୍ରହଣ ଉପରେ ରୋକ ଲଗାଇବା ।

ABOUT THE AUTHOR

...view details