ଓଡିଶା

odisha

By

Published : Dec 17, 2020, 7:38 PM IST

ETV Bharat / business

ଜାନୁଆରୀ 31କୁ ବଢିଲା ପିଆଜ ଆମଦାନୀ ଅବଧି

ମହଙ୍ଗା ପିଆଜ ଦାମରୁ ଖାଉଟିଙ୍କୁ ଆଶ୍ବସ୍ତି ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି । ଆସନ୍ତା ବର୍ଷ ଜାନୁଆରୀ 31 ଯାଏଁ ହେବ ପିଆଜ ଆମଦାନୀ । ଏ ନେଇ ସରକାର ସମସ୍ତ ରିଲିଫ ନିୟମକୁ ବଢାଇଛନ୍ତି । ଅଧିକ ପଢନ୍ତୁ..

ଜାନୁଆରୀ 31କୁ  ବଢିଲା ପିଆଜ ଆମଦାନୀ ଅବଧି
ଜାନୁଆରୀ 31କୁ ବଢିଲା ପିଆଜ ଆମଦାନୀ ଅବଧି

ନୂଆଦିଲ୍ଲୀ: ସରକାର ପିଆଜ ଆମଦାନୀ କରିବା ଉଦାରବାଦୀ ନିୟମକୁ ଆସନ୍ତା ବର୍ଷ ଜାନୁଆରୀ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପିଆଜର ଘରୋଇ ଯୋଗାଣ ବୃଦ୍ଧି ଏବଂ ଏହାର ଖୁଚୁରା ମୂଲ୍ୟକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି ।

ପିଆଜର ଆମଦାନୀକୁ ନେଇ ସରକାର ଅକ୍ଟୋବର 21କୁ Plant Quarantine Order (ପିକ୍ୟୁ) 2003 ଅଧିନରେ ପୋଲାରାଇଜେସନ୍ ଏବଂ ଉଦ୍ଭିଦ ସମ୍ବନ୍ଧୀୟ ଫାଇଟୋସାନିଟାରୀ ସାର୍ଟିଫିକେଟ୍ ଉପରେ ଅତିରିକ୍ତ ଘୋଷଣାରୁ ମୁକ୍ତ ହୋଇଥିବାବେଳେ ଡିସେମ୍ବର 15 ପର୍ଯ୍ୟନ୍ତ ଉଦାର ବ୍ୟବସ୍ଥାରେ ଆମଦାନୀକୁ ଅନୁମତି ଦିଆଯାଇଥିଲା | ବର୍ତ୍ତମାନ ଏହି ରିଲିଫକୁ ଜାନୁଆରୀ 31 ପର୍ଯ୍ୟନ୍ତ ଦେଢ ମାସ ବୃଦ୍ଧି କରାଯାଇଛି ।

ଏକ ସରକାରୀ ବିବୃତ୍ତିରେ କୃଷି ମନ୍ତ୍ରଣାଳୟ କହିଛି ଯେ, ବଜାରରେ ପିଆଜର ଅଧିକ ମୂଲ୍ୟକୁ ନେଇ ଜନସାଧାରଣଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଆମଦାନୀ ପାଇଁ ଦିଆଯାଇଥିବା ଅନୁମତି ଅବଧିକୁ ବଢାଇବାକୁ ନିଷ୍ପତ୍ତି ହୋଇଛି ।

ABOUT THE AUTHOR

...view details