ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଜାରି ରହିଛି ଲକଡାଉନ । ପୂରା ଏପ୍ରିଲ ମାସ ତାଲାବନ୍ଦ ରହିଥିବାରୁ ଏହି ମାସର ଦ୍ରବ୍ୟ ଓ ସେବା କର(ଜିଏସଟି) ରିପୋର୍ଟ ସରକାର ଜାରି କରିନାହାନ୍ତି । ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି ।
ଲକଡାଉନ, ଏପ୍ରିଲର ଜିଏସଟି ଆଦାୟ ଡାଟା ଜାରି କଲେନି ସରକାର
ଏପ୍ରିଲ ମାସ ତାଲାବନ୍ଦ ରହିଥିବାରୁ ଏହି ମାସର ଦ୍ରବ୍ୟ ଓ ସେବା କର(ଜିଏସଟି) ରିପୋର୍ଟ ସରକାର ଜାରି କରିନାହାନ୍ତି । ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ ..
ଲକଡାଉନ, ଏପ୍ରିଲର ଜିଏସଟି ଆଦାୟ ଡାଟା ଜାରି କଲେନି ସରକାର
ଗତ ମାସରେ ସରକାର ମାର୍ଚ୍ଚର ଜିଏସଟି ରିଟର୍ଣ୍ଣ ଦାଖଲ ସମୟସୀମାକୁ ଏପ୍ରିଲ 20କୁ ବଢାଇ ମେ 5 କରିଦେଇଥିଲେ । ତେବେ ପରମ୍ପରା ମୁତାବକ ସରକାର କୌଣସି ଏକ ମାସର ନଗଦ ସଂଗ୍ରହ ଆଧାରରେ ଜିଏସଟି ତଥ୍ୟ ଜାରି କରିଥାନ୍ତି । ଏଭଳି ଭାବେ ଏବେ ସରକାର ଜିଏସଟି ଡାଟା ପ୍ରକାଶ ପୂର୍ବରୁ ମେ 5 ଯାଏଁ ଅପେକ୍ଷା କରିବେ ।
ପ୍ରକାଶ ଯେ, କୌଣସି ମାସର କାରବାର ଗତିବିଧି ପାଇଁ ଜିଏସଟି ରିଟର୍ଣ୍ଣ ଆସନ୍ତା ମାସ 20 ତାରିଖ ଯାଏଁ ପୈଠ କରିବାକୁ ପଡିଥାଏ । ହେଲେ ମାର୍ଚ୍ଚ ମାସରେ କୋରୋନା କଟକଣା ଲାଗିଥିବାରୁ ରିଟର୍ଣ୍ଣ ପେମେଣ୍ଟ ଅବଧିକୁ ମେ 5 ଯାଏଁ ବଢାଯାଇଥିଲା ।