ଓଡିଶା

odisha

ETV Bharat / business

ନୂଆ କୃଷି ଆଇନ ଲାଗୁ ପାଇଁ ପ୍ରତିଶ୍ରୃତିବଦ୍ଧ ସରକାର

3 ନୂଆ କୃଷି ଆଇନକୁ ଲାଗୁ ପାଇଁ ତତ୍ପର ସରକାର । କାରଣ ଏହା କ୍ଷୁଦ୍ର ଚାଷୀଙ୍କୁ ଲାଭ ଯୋଗାଇବା ସହ ଆଗାନୀ ଦିନରେ ଅଧିକ ବଜାର ସୁଯୋଗ ଦେବ । ଏ ନେଇ କହିଛନ୍ତି ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା ସଞ୍ଜୀବ ସାନ୍ୟାଲ । ଅଧିକ ପଢନ୍ତୁ..

ନୂଆ କୃଷି ଆଇନ ଲାଗୁ ପାଇଁ ପ୍ରତିଶୃତିବଦ୍ଧ ସରକାର
ନୂଆ କୃଷି ଆଇନ ଲାଗୁ ପାଇଁ ପ୍ରତିଶୃତିବଦ୍ଧ ସରକାର

By

Published : Feb 10, 2021, 9:57 PM IST

Updated : Feb 11, 2021, 5:22 PM IST

ନୂଆଦିଲ୍ଲୀ: ସରକାର 3 ନୂଆ କୃଷି ଆଇନକୁ ଏହାର ମୂଳ ଭାବନା ସହ ଲାଗୁ କରିବା ପାଇଁ ପ୍ରତିଶ୍ରୃତିବଦ୍ଧ । କାରଣ ଏହା ବିଶେଷ କରି କ୍ଷୁଦ୍ର କୃଷକଙ୍କ ପାଇଁ ଭଲ ରହିବ । କୃଷି ଆଇନକୁ ନେଇ ଚାଲିଥିବା ଜୋରଦାର ବିରୋଧ ପ୍ରଦର୍ଶନ ମଧ୍ୟରେ ପ୍ରିନ୍ସପାଲ ଅର୍ଥନୈତିକ ପ୍ରମୁଖ ସଞ୍ଜୀବ ସାନ୍ୟାଲ ବୁଧବାର ଏନେଇ ମତ ରଖିଛନ୍ତି ।

ସେ କହିଛନ୍ତି କି ବଜାର ବ୍ୟବସ୍ଥାରେ ସୁଧାର ପାଇଁ ସରକାର ଶ୍ରମ ଆଇନରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଡର୍ଜନ ଶ୍ରମ ଆଇନ ବଦଳରେ ଏବେ 4 ଶ୍ରମ ସଂହିତା କରାଯାଇଛି । ଏହା ଆଧୁନିକ ଶ୍ରମ ସଂହିତା (ଲେବର କୋଡ) । ପବ୍ଲିକ ଅଫେୟାର୍ସ ଫୋରମ ଅଫ ଇଣ୍ଡିଆ ଦ୍ବାରା ଆୟୋଜିତ ଏକ ଭର୍ଚୁଆଲ କନଂଫରେନ୍ସକୁ ସମ୍ବୋଧିତ କରି ସାନ୍ୟାଲ ଏ ସମ୍ବନ୍ଧରେ ଜଣାଇଛନ୍ତି ।

ସେ କହିଛନ୍ତି କି, ‘‘ ଆମେ ବହୁତ ଅନାବଶ୍ୟକ ନିୟମକୁ ହଟାଇ ଦେଇଛୁ । ଏହା ଆମେ କୃଷି ଆଇନ ସହ କରିଛୁ । ଏହି ଆଇନ ଉପରେ 20-30 ବର୍ଷ ଧରି ଯୁକ୍ତିତର୍କ ଚାଲିଛି । କୃଷକଙ୍କ କିଛି ବର୍ଗ ପାଇଁ ଏହାକୁ ଆହୁରୀ ଅଧିକ ସୂଚାରୁ କରିବା ଆବଶ୍ୟକତା ହୋଇପାରେ । କିନ୍ତୁ ମୋଟାମୋଟି ଆମେ ଏହି କୃଷି ଆଇନକୁ ତାହାର ମୂଳ ଭାବନା ସହ ଲାଗୁ କରିବା ପାଇଁ ପ୍ରତିଶୃତିବଦ୍ଧ । କାରଣ ତାହା କ୍ଷୁଦ୍ର ଚାଷୀଙ୍କ ପାଇଁ ଭଲ ରହିବ ।

ଏହି ଆଇନରେ କୃଷିଜାତ ଦ୍ରବ୍ୟର ଭିନ୍ନ ଭିନ୍ନ ବଜାର ପାଇଁ ଅନୁମତି ରହିଛି । କାରଣ ସେମାନଙ୍କର ଉତ୍ପାଦଗୁଡିକ ଏକ ସ୍ବତନ୍ତ୍ର ବଜାର ମାଧ୍ୟମରେ ବିକ୍ରି ହେବାକୁ କେହି ଚାହାଁନ୍ତି ନାହିଁ । ତେବେ ବର୍ତ୍ତମାନ ରହିଥିବା ମଣ୍ଡି ବନ୍ଦ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Last Updated : Feb 11, 2021, 5:22 PM IST

ABOUT THE AUTHOR

...view details