ଓଡିଶା

odisha

ETV Bharat / business

ପିଆଜ ସଙ୍କଟରୁ ଆଶ୍ବସ୍ତି, ତିଆରି ହେବ ଲକ୍ଷେ ଟନ କ୍ଷମତାଶାଳୀ ଶୀତଳ ଭଣ୍ଡାର - onion buffer stock

2020ରେ 1 ଲକ୍ଷ ଟନ କ୍ଷମତାଶାଳୀ ବଫର ଷ୍ଟକ(ଶୀତଳ ଭଣ୍ଡାର) ତିଆରି ହେବ । ପିଆଜ ଦାମକୁ ନିୟନ୍ତ୍ରଣ ଓ ଆଗକୁ ଯେପରି ଏଭଳି ସମସ୍ୟା ନ ଉପୁଜିବ, ସେଥିପାଇଁ କେନ୍ଦ୍ର ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

government to create 1 lakh tons of onion buffer stock in 2020
ପିଆଜ ସଙ୍କଟରୁ ଆଶ୍ବସ୍ତି

By

Published : Dec 31, 2019, 2:01 PM IST

ନୂଆଦିଲ୍ଲୀ: ପିଆଜ ସଙ୍କଟକୁ ନଜରରେ ରଖି 2020ରେ 1 ଲକ୍ଷ ଟନ କ୍ଷମତାଶାଳୀ ବଫର ଷ୍ଟକ(ଶୀତଳ ଭଣ୍ଡାର) ତିଆରି ହେବ । ପିଆଜ ଦାମକୁ ନିୟନ୍ତ୍ରଣ ଓ ଆଗକୁ ଯେପରି ଏଭଳି ସମସ୍ୟା ନ ଉପୁଜିବ, ସେଥିପାଇଁ କେନ୍ଦ୍ର ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ସରକାର ପିଆଜର 56,000 ଟନ କ୍ଷମତାଶାଳୀ ଶୀତଳ ଭଣ୍ଡାର ପ୍ରସ୍ତୁତ କରଥିଲେ । କିନ୍ତୁ ଏହା ବର୍ଦ୍ଧିତ ଦାମରେ ବ୍ରେକ ଲଗାଇବାରେ ବିଫଳ ହୋଇଛି । ଏବେ ବି ପିଆଜ ଦାମ କିଲୋ ପିଛା ବହୁତ ସହରରେ 100 ଟପିଛି । ଫଳରେ ସରକାର ସାର୍ବଜନୀନ କ୍ଷେତ୍ରରେ ଏମଏମଟିସି ଜରିଆରେ ପିଆଜ ଆମଦାନୀ ପାଇଁ ବାଧ୍ୟ ହେଉଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନିକଟରେ ମନ୍ତ୍ରୀ ମଣ୍ଡଳ ବୈଠକରେ ଏହି ବିଷୟରେ ଚର୍ଚ୍ଚା ହୋଇଛି । ଏହା ନିର୍ଣ୍ଣୟ ନିଆଗଲା ଯେ, ଆସନ୍ତା ବର୍ଷ ପାଇଁ ପାଖାପାଖି ଲକ୍ଷେ ଟନ କ୍ଷମତାଶାଳୀ ଶୀତଳ ଭଣ୍ଡାର ନିର୍ମାଣ ହେବ ।

ସରକାରଙ୍କ ପକ୍ଷରୁ ଶୀତଳ ଭଣ୍ଡାର ରଖିବା ସଂସ୍ଥା ନାଫେଡ ଆସନ୍ତା ବର୍ଷ ଏହି ଦାୟିତ୍ବ ନେବ । ମାର୍ଚ୍ଚ-ଜୁଲାଇରେ ରବି ଋତୁରେ ଉତ୍ପାଦିତ ପିଆଜକୁ କିଣିବ । ଏହି ପିଆଜ ଅଧିକ ଦିନ ଧରି ରହିଥାଏ । ଏହାକୁ ଆଣି ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖିଛି ।

ABOUT THE AUTHOR

...view details