ଓଡିଶା

odisha

By

Published : Oct 1, 2020, 4:36 PM IST

ETV Bharat / business

ଦ୍ବିତୀୟ ଛଅମାସରେ 4.34 ଲକ୍ଷ କୋଟି ଋଣ ନେବେ ସରକାର

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ 4.34 ଲକ୍ଷ କୋଟି ଟଙ୍କା ଋଣ ନେବେ ସରକାର । ଅର୍ଥମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

ଦ୍ବିତୀୟ ଛଅମାସରେ 4.34 ଲକ୍ଷ କୋଟି ଋଣ ନେବେ ସରକାର
ଦ୍ବିତୀୟ ଛଅମାସରେ 4.34 ଲକ୍ଷ କୋଟି ଋଣ ନେବେ ସରକାର

ନୂଆଦିଲ୍ଲ: ସରକାର କୋଭିଡ-19 ସଙ୍କଟ ମଧ୍ୟରେ ଖର୍ଚ୍ଚ ଆବଶ୍ୟକତାକୁ ପୂରା କରିବା ପାଇଁ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଛଅମାସରେ 4.64 ଲକ୍ଷ କୋଟି ଟଙ୍କା ଋଣ ନେବେ । ଏ ନେଇ ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି ।

ଆର୍ଥିକ ମାମଲାର ସଚିବ ତରୁଣ ବଜାଜ କହିଛନ୍ତି କି ସରକାର ଚଳିତ ଆର୍ଥିକ ବର୍ଷରେ 12 ଲକ୍ଷ କୋଟି ଟଙ୍କା ଋଣ ଯୋଗାଡର ଲକ୍ଷ୍ୟ କାଏମ ରହିଛି । ତେବେ ସରକାର ସେପ୍ଟେମ୍ବରକୁ ସମାପ୍ତ ସପ୍ତାହ ପ୍ରଥମ ଛଅମାସରେ 7.66 ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି । ଆଉ ଅବଶିଷ୍ଟ 4.34 ଲକ୍ଷ କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ନିଆଯିବ ।

ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ମୋଟ 6.98 ଲକ୍ଷ କୋଟି ଟଙ୍କା ଋଣ ମଧ୍ୟରୁ 58 ପ୍ରତିଶତ ସିକ୍ୟୁରିଟିଜ ଜରିଆରେ ଯୋଗାଡ ଲକ୍ଷ୍ୟ ରହିଛି । ଏହାର ବିପରୀତ ସରକାର ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ 7.66 ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି ।

ସରକାର କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଏମାର୍ଜନ୍ସି ପାଣ୍ଠିକୁ ପୂରା କରିବା ପାଇଁ ମେ ମାସରେ ଋଣ ସୀମା ବଢାଇ 12 ଲକ୍ଷ କୋଟି ଟଙ୍କା କରିଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21ରେ ବଜାରରୁ ମୋଟ 7.80 ଲକ୍ଷ ଟଙ୍କାର ଋଣ ନେବା ପାଇଁ ଲକ୍ଷ୍ୟ ରଖିଥିଲେ । ଏହା 2019-20ରେ ନିଆଯାଇଥିବା 7.1 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ।

ABOUT THE AUTHOR

...view details