ନୂଆଦିଲ୍ଲୀ: ମାନ୍ଦାବସ୍ଥା ମାଡରେ ଚାପଗ୍ରସ୍ଥ କେନ୍ଦ୍ର ସରକାର ରାଷ୍ଟ୍ରାୟତ ତୈଳ କମ୍ପାନୀଙ୍କ ଠାରୁ 19,000 କୋଟି ଟଙ୍କା ଲାଭାଂଶ ଚାହୁଁଛନ୍ତି । ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ଏହା 5 ପ୍ରତିଶତ ଅଧିକ ।
ଏହି ଲାଭାଂଶରେ ଓନଜିସି ଓ ଇଣ୍ଡିଆନ ଅଏଲକୁ 60 ପ୍ରତିଶତ ଦେବାକୁ ପଡିବ । ଏଥିସହ ଚଳିତ ବର୍ଷ ଅନ୍ୟାନ୍ୟ ତୈଳ କମ୍ପାନୀ ମଧ୍ୟ ଅଧିକ ଲାଭାଂଶ ଦେବାକୁ ଅର୍ଥମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଏନେଇ କମ୍ପାନୀଗୁଡିକ ଚିନ୍ତାରେ ପଡିଛନ୍ତି । କାରଣ ଏଥର ଏତେ ଲାଭ ହୋଇନଥିଲେ ମଧ୍ୟ ଅଧିକା ଟଙ୍କା ପୈଠ କଷ୍ଟକର ହୋଇପାରେ ।