ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ନିର୍ବାଚନୀ ଭେଟି । 3 ପ୍ରତିଶତ ବୃଦ୍ଧି ପାଇଲା ମହଙ୍ଗା ଭତ୍ତା । ମଙ୍ଗଳବାର କ୍ୟାବିନେଟ ମନ୍ତ୍ରୀମଣ୍ଡଳ ଏ ନେଇ ସବୁଜ ସଂଙ୍କେତ ଦେଖାଇଛି । ଏହି ନିୟମ 2019 ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ । ଏହା ଦ୍ବାରା 1.1 କୋଟି କର୍ମଚାରୀ ଉପକୃତ ହେବେ ।
ପେନସନଧାରୀଙ୍କୁ ମୋଦିଙ୍କ ଗିଫ୍ଟ, ବଢିଲା ମହଙ୍ଗା ଭତ୍ତା
କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ନିର୍ବାଚନୀ ଭେଟି । 3 ପ୍ରତିଶତ ବୃଦ୍ଧି ପାଇଲା ମହଙ୍ଗା ଭତ୍ତା । ମଙ୍ଗଳବାର କ୍ୟାବିନେଟ ମନ୍ତ୍ରୀମଣ୍ଡଳ ଏ ନେଇ ସବୁଜ ସଂଙ୍କେତ ଦେଖାଇଛି ।
ପ୍ରତିକାତ୍ମକ ଫଟୋ
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟଚ ବୈଠକରେ କର୍ମଚାରୀଙ୍କୁ ପାଇଁ ଏହି ନିର୍ଣ୍ଣୟ ନିଆଯାଇଛି । ସରକାରଙ୍କ ଏହି ନୂଆ ନିୟମ ଲାଗୁ ପରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ 12 ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଏ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସପ୍ତମ ବେତନ ଆୟୋଗର ପ୍ରସ୍ତାବ କ୍ରମେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ 48.41 ଲକ୍ଷ କର୍ମଚାରୀ ଓ 62.03 ପେନସନଧାରୀଙ୍କୁ ଫାଇଦା ମିଳିବ ।