ଓଡିଶା

odisha

ETV Bharat / business

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ

ଭାରତରେ ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଦ୍ୱାରା ଡାଉନଲୋଡ ହୋଇଥିବା ପେମେଣ୍ଟ ଆପ ପେଟିଏମକୁ ପ୍ଲେ ଷ୍ଟୋରରୁ ହଟାଇଛି ଗୁଗଲ । ତେବେ ଏ ନେଇ ସ୍ଏପଷ୍ହାଟ କାରଣ ରଖିନି ଗୁଗୁଲ ।

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ
ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ

By

Published : Sep 18, 2020, 3:26 PM IST

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ପେଟିଏମକୁ ବଡ ଝଟକା ଦେଇଛି ଗୁଗୁଲ । ଶୁକ୍ରବାର ଗୁଗଲ ପ୍ଲେ-ଷ୍ଟୋରରୁ ପେଟିଏମ ଆପ ହଟାଇଛି ଗୁଗୁଲ ।

ଭାରତରେ ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଦ୍ୱାରା ଡାଉନଲୋଡ ହୋଇଥିବା ଆପକୁ ହଟାଇବା ପଛରେ ଗୁଗଲ ବିଶେଷ ଭାବରେ ଏହାର କାରଣ ଉଲ୍ଲେଖ କରିନି । କିନ୍ତୁ ଆଜି ପୋଷ୍ଟ ହୋଇଥିବା ଏକ ବ୍ଲଗ ରେ ଜୁଆ ଖେଳକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ବ୍ଲଗରେ ଗୁଗଲ ବିବୃତ୍ତି ଜାରି କରି କହିଛି କି, କୌଣସି ମଧ୍ୟ ଅନଲାଇନ ଜୁଆ ଓ କସିନୋ ଗେମ୍ସ (gambling apps)କୁ ଭାରତରେ ପ୍ରୋତ୍ସାହନ ଦେବନି କମ୍ପାନୀ । ଲୋକଙ୍କୁ ଏକ ସୁରକ୍ଷିତ ପ୍ଲାର୍ଟଫର୍ମ ଉପଲବ୍ଧ କରିବା କମ୍ପାନୀର ଲକ୍ଷ୍ୟ । ଏଣୁ ସମସ୍ତ ପଲିସି ଗ୍ରାହକଙ୍କ ହିତରେ ତିଆରି ହୋଇଛି । ଏଣୁ ପେଟିଏମକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟା ଦିଆଦିଆଯାଇଛି । ଫଳରେ ଏବେ ୟୁଜର୍ସ ଆଗାମୀ ଆଦେଶ ସୁଦ୍ଧା ଗୁଗୁଲ ପ୍ଲେ ଷ୍ଟୋରରୁ ଆପକୁ ଡାଉନଲୋଡ କରିପାରିବେ ନାହିଁ । କିନ୍ତୁ ଆପଲ ପ୍ଲେ ଷ୍ଟୋରରେ ଏହା ଡାଉନଲୋଡ ପାଇଁ ରହିଛି ।

ତେବେ ପେଟିଏମ ଆପ ବ୍ୟତିତ କମ୍ପାନୀର ଅନ୍ୟ ଆପ ପେଟିଏମ ଫର ବିଜନେସ, ପେଟିଏମ ମନି , ପେଟିଏମ ମଲ ଏବଂ ଅନ୍ୟ କିଛି ପ୍ଲେ ଷ୍ଟୋରରେ ଡାଉନଲୋଡ ପାଇଁ ଉପଲବ୍ଧ ଅଛି ।

ପେଟିଏମ ଉପରେ ଗୁଗଲ ପଲିସିର ଉଲଙ୍ଘନ ଅଭିଯୋଗ ରହିଛି । ଗୁଗଲ ଅନୁସାରେ ଏନେଇ ପେଟିଏମ ଡେଭଲପର୍ସଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ । ଏଣୁ ଯେବେ ଯାଏଁ ଏଥିରେ ସୁଧାର ହୋଇନି ପେଟିଏମ ଆପ ଡାଉନଲୋଡ ହେବ ନାହିଁ ବୋଲି କମ୍ପାନୀ ରୋକଠୋକ ଜଣାଇଛି ।

ABOUT THE AUTHOR

...view details