ଓଡିଶା

odisha

ETV Bharat / business

ଦୂର ହେଲା ଟେନସନ, ଏଣିକି ଘରେ ବସି ଗୁଗୁଲ ପେ ରେ କିଣନ୍ତୁ ସୁନା

ଅନଲାଇନ ପେମେଣ୍ଟ ଆପ 'ଗୁଗୁଲ ପେ'ରେ କେବଳ ଟଙ୍କା ନୁହେଁ ସୁନା କିଣା-ବିକା ମଧ୍ୟ କରିପାରିବେ । ଏହି ଅନଲାଇନ ଆପ MMTC-PAMP ସହ ଯୋଡି ହୋଇ ଆରମ୍ଭ କରିଛି ଏପରି ସର୍ଭିସ ।

ପ୍ରତିକାତ୍ମକ ଫଟୋ

By

Published : Apr 12, 2019, 5:39 AM IST

ନୂଆଦିଲ୍ଲୀ: ସୁନା କିଣା ଝିନଝଟରୁ ମିଳିଲା ମୁକ୍ତି । ଦୋକାନ ଯାଇ ସୁନାର ସୁ୍ଦ୍ଧତା ପରଖିବା ଠାରୁ ଦାମ ବୁଝାମଣା ଆଦି ସବୁ ଟେନସନରୁ ଆଶ୍ୱସ୍ତି । ଏଣିକି ଘରେ ବସି ବାସ ଗୋଟିଏ କ୍ଲିକରେ ହେବ ଗୋଲ୍ଡ ଡିଲ । କାରଣ ଅନଲାଇନ ପେମେଣ୍ଟ ଆପ ଗୁଗୁଲ ପେରେ କେବଳ ଟଙ୍କା ନୁହେଁ ସୁନା କିଣା-ବିକା ମଧ୍ୟ କରିପାରିବେ । ଏହି ଅନଲାଇନ ଆପ MMTC-PAMP ସହ ହାତ ଯୋଡି ହୋଇ ଆରମ୍ଭ କରିଛି ଏପରି ସର୍ଭିସ ।


MMTC-PAMPସହ ଭାଗୀଦାର ହେବା ପରେ ୟୁଜର୍ସ 99.99 ପ୍ରତିଶତ ସୁଦ୍ଧତା ଥିବା 24 କ୍ୟାରେଟ ସୁନା କିଣିପାରିବେ । MMTC-PAMP ଦେଶର ଏକମାତ୍ର LBMA ମାନ୍ୟତା ପ୍ରାପ୍ତ ଗୋଲ୍ଡ ରିଫାନାରି କମ୍ପାନୀ ।

ତେବେ ଗୁଗୁଲ ପେ ରୁ ୟୁଜର୍ସ ନିଜ ଆବଶ୍ୟକତା ଓ ପସନ୍ଦ ଅନୁଯାୟୀ ସୁନା କିଣିପାରିବେ । ଆଉ ଯେତେବେଳେ ବି ପୁଣି ଚାହିଁବେ ତାକୁ ବିକ୍ରି କରି ପାରିବେ । ସୁନାର ଦାମ ପ୍ରତି ମିନରେ ଅପଡେଟ କରାଯିବ । ଯାହାକୁ ଆପଣ ପ୍ରତି ଗୁଗୁଲ ପେ ଆପରେ ଦେଖିପାରିବେ ।

ପ୍ରକାଶ ଥାଉ ଯେ, ଭାରତ ହେଉଛି ଦୁନିଆର ଦ୍ୱିତୀୟ ସର୍ବବୃହତ୍ତ ଗୋଲ୍ଡ ଉପଭୋକ୍ତା । ଭାରତୀୟ ସସ୍କୃତି ଓ ପରମ୍ପରାରେ ସୁନାର ମହତ୍ୱ ଅଧିକ ରହିଥାଏ । ଖାସ କରି ଧନତେରସ , ଅକ୍ଷୟତୃତୀୟା, ଦୀପାବଳୀ ଆଦି ପର୍ବପର୍ବାଣୀରେ ସୁନା ଏଧିକ ପରିମାଣରେ ବିକ୍ରି ହୋଇଥାଏ । ଏଥିଯୋଗୁଁ ଭାରତ ଆଜି ବିଶ୍ୱର ସୁନା ବ୍ୟବହାର ତାଲିକାରେ ଦ୍ୱିତୀୟରେ ରହିଛି ।

For All Latest Updates

ABOUT THE AUTHOR

...view details