ନୂଆଦିଲ୍ଲୀ: କୋରୋନା କଟକଣା ଯୋଗୁଁ କୋମାରେ ଥିବା ଅର୍ଥବ୍ୟବସ୍ଥାକୁ ମଜବୁତ କରିବାକୁ ଲାଗିପଡିଛନ୍ତି କେନ୍ଦ୍ର ସରକାର । ଏ ନେଇ ଶନିବାର ପୁଣି ଥରେ ଗ୍ରୁପ ଅଫ ମିନିଷ୍ଟର (ଜିଓଏମ) ବୈଠକ ବସିବ । 6 ଦିନରେ ଏହା ଦ୍ବିତୀୟ ବୈଠକ ।
ଆର୍ଥିକ ସଙ୍କଟର ମୁକାବିଲା, 6 ଦିନରେ ଦ୍ବିତୀୟ ଥର ଜିଓଏମ ବୈଠକ
ଧୀମେଇ ପଡିଥିବା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବାକୁ ସରକାରଙ୍କ କସରତ । 6ଦିନରେ 2 ଥର ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ ବୈଠକ । ଅଧିକ ପଢନ୍ତୁ..
ଆର୍ଥିକ ସଙ୍କଟର ମୁକାବିଲା, 6 ଦିନରେ ଦ୍ବିତୀୟ ଥର ଜିଓଏମ ବୈଠକ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । କୋରୋନା ସଙ୍କଟ ମଧ୍ୟରେ ଦେଶ ସାମ୍ନା କରୁଥିବା ଆର୍ଥିକ ଚ୍ୟାଲେଞ୍ଜ ଓ ସବୁ ସେକ୍ଟରକୁ ସୁଦୃଢ ପାଇଁ ଘୋଷଣା ହୋଇଥିବା ପ୍ୟାକେଜର କାର୍ଯ୍ୟକାରିତା ନେଇ ଏହି ବୈଠକରେ ଆଲୋଚନା ହେବ ।
ଏହା ପୂର୍ବରୁ ଅର୍ଥବ୍ୟବସ୍ଥା ନେଇ ମେ 18ରେ ଜିଓଏମର ବୈଠକ ବସିଥିଲା ।