ଓଡିଶା

odisha

By

Published : Mar 4, 2020, 6:41 PM IST

ETV Bharat / business

କୋରୋନା ପ୍ରକୋପ: 45 ହଜାର ନିକଟତର ସୁନା

ବୁଧବାର ସୁନା ଦାମ ସବୁ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେପଟେ ରୂପା ଦାମ ମଧ୍ୟ ଲମ୍ବା ଲମ୍ଫ ସହ କିଲୋ ପିଛା 47,729ରେ ପହଞ୍ଚିଛି । ଅଧିକ ପଢନ୍ତୁ...

Gold prices zoom Rs 1,155, silver jumps Rs 1,198
କୋରୋନା ପ୍ରକୋପ: 45 ହଜାର ନିକଟତର ସୁନା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ପ୍ରାଣଘାତୀ କୋରୋନା । ଏହା ପ୍ରଭାବରେ ବେପାର ଯେପରି ଠପ ହେବାକୁ ଲାଗିଛି । ଏଥିମଧ୍ୟରେ ବୁଧବାର ସୁନା ଦାମ ସବୁ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେପଟେ ରୂପା ଦାମ ମଧ୍ୟ ଲମ୍ବା ଲମ୍ଫ ସହ କିଲୋ ପିଛା 47,729ରେ ପହଞ୍ଚିଛି ।

ସେପଟେ କୋରୋନା ଭୟରେ ସେୟାର ବଜାରରେ ନିବେଶ ବିପଦ ଭାବି ନିବେଶକ ଟଙ୍କା ଫେରସ୍ତ ନେଉଛନ୍ତି । ଆଉ ଏହି ଟଙ୍କାକୁ ସୁନା ଉପରେ ନିବେଶ କରୁଛନ୍ତି । ଯେଉଁଥିପାଇଁ ସୁନା ଦାମ ହୁ ହୁ ହୋଇ ବଢିଚାଲିଛି । ବୁଧବାର ଦିଲ୍ଲୀ ସରଫରା ବଜାରରେ 10 ଗ୍ରାମ ସୁନା ଦାମ 1,155 ଟଙ୍କା ବୃଦ୍ଧି ପାଇ 44,383 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ବି କିଲୋ ପିଛା 1,198 ଟଙ୍କା ବଢି 47,729 ଛୁଇଁଲାଣି ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆମେରିକାରେ ସୁଧ ଦର ହ୍ରାସ ଓ କୋରୋନା ଭାଇରସ ଯୋଗୁଁ ବଜାର ବେହାଲ ଯୋଗୁଁ ନିବେଶକ ସୁରକ୍ଷିତ ନିବେଶ ଭାବେ ସୁନା ଉପରେ ଟଙ୍କା ଲଗାଉଛନ୍ତି । ଏଥିଯୋଗୁଁ ସୁନା ମହଙ୍ଗା ହେବାରେ ଲାଗିଛି ।

PTI

ABOUT THE AUTHOR

...view details