ଓଡିଶା

odisha

ETV Bharat / business

ସୁନା @ 41 ହଜାର - Gold Price

କୁହୁଳୁଛି ଇରାନ-ଆମେରିକା ବିବାଦ ନିଆଁ । ଏହାର ପ୍ରଭାବରେ ବିଗୁଡୁଛି ବିଶ୍ବ ବଜାର ପରିସ୍ଥିତି । ସୁନା ଦାମ ଶୁଣିଲେ ଆଖି ନାଲି ହୋଇଯାଉଛି ।

Gold prices soar to record Rs 41000 on US-Iran conflict
ସୁନା @ 41 ହଜାର

By

Published : Jan 6, 2020, 3:01 PM IST

Updated : Jan 6, 2020, 3:09 PM IST

ନୂଆଦିଲ୍ଲୀ: ବିଶ୍ବ ବଜାର ଉପରେ ବାଗଦାଦ ଏୟାରଷ୍ଟ୍ରାଇକର ନକରାତ୍ମକ ପ୍ରଭାବ । ଜୋରଦାର ବଢୁଛି ସୁନା ଦାମ । ସବୁ ରେକର୍ଡ ଭାଙ୍ଗି ଅନ୍ତଃରାଷ୍ଟ୍ରୀୟ ବଜାରରେ ସାଢେ 6 ବର୍ଷର ସର୍ବୋଚ୍ଚରେ ସୁନା ।

ସୋମବାର ସୁନା ଦାମ 10 ଗ୍ରାମ ପିଛା 916 ଟଙ୍କା ବଢି 41,096ଟଙ୍କାରେ ପହଞ୍ଚିଛି । ଏଥିସହ ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ସୁନା ଆକାଶଛୁଆଁ ହେଲାଣି ।


ସୋମବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅର୍ଥାତ ଏମସିଏକ୍ସରେ ପ୍ରଥମ କେଇ ଘଣ୍ଟାର କାରବାରବେଳେ ସୁନା ଦାମ 10 ଗ୍ରାମ ପିଛା 41,096 ଟଙ୍କା ଉଛୁଳିଥିଲା । ସେହିପରି ରୂପା ଦାମ କିଲୋ ପିଛା 1,058 ଦାମ ବୃଦ୍ଧି ସହ 48,585 ଟଙ୍କା ଛୁଇଁଛି ।

ରେକର୍ଡ ଭାଙ୍ଗିଲା ସୁନା ଦାମ, ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ସେପଟେ ଅନ୍ତଃରାଷ୍ଟ୍ରୀୟ ବଜାର କାମେକ୍ସରେ ସୁନା ଆଉନ୍ସ ପିଛା 26.85 ଡଲାର ବୃଦ୍ଧି ସହ 1,579.25 ଡଲାରରେ ପହଞ୍ଚିଛି । କାରବାର ସମୟରେ ଆହୁରୀ ବୃଦ୍ଧି ହେଉଛି । ଯାହାକି 2013 ସେପ୍ଟେମ୍ବର 3 ପରେ ଏହା ସବୁଠାରୁ ଅଧିକ ବୋଲି ଜଣାପଡିଛି ।


ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଗଳ୍ଫ ଦେଶରେ ଉତ୍ତେଜନା ବୃଦ୍ଧି ହେଉଛି । ଏପଟେ ଇରାନରେ କମାଣ୍ଡରଙ୍କ ମୃତ୍ୟୁର ପ୍ରତିଶୋଧ ନିଆଁ ଜଳୁଥିବାବେଳେ ଆମେରିକାର ଚେତାବନୀ ବିଶ୍ବ ବଜାରକୁ ଥରାଇରଖିଛି । ଏଥିପାଇଁ ଅନିଶ୍ଚିତତା ଭିତରେ ଚାଲିଛି କାରବାର । ନିବେଶକ ସେୟାର ବଜାରରୁ ଟଙ୍କା ଫେରସ୍ତ ନେଇ ସୁନାରେ ଲଗାଉଛନ୍ତି । ଫଳରେ ଦାମ ହୁହୁ ହୋଇ ବଢୁଛି ।

Last Updated : Jan 6, 2020, 3:09 PM IST

ABOUT THE AUTHOR

...view details