ଓଡିଶା

odisha

ETV Bharat / business

ବିବାହ ସିଜନରେ ବଢିଲା ସୁନା ଦାମ

ଚାହିଦାକୁ ନଜରରେ ରଖି ବଢିଛି ସୁନା ଓ ରୂପା ଦାମ । ଶୁକ୍ରବାର ଦିଲ୍ଲ ସରଫରା ବଜାରର 10 ଗ୍ରାମ ସୁନା ଦାମ 305 ଟଙ୍କା ବୃଦ୍ଧି ପାଇ 32,690 ଟଙ୍କାରେ ପହଞ୍ଚିଛି ।

By

Published : Apr 20, 2019, 5:29 PM IST

ପ୍ରତିକାତ୍ମକ ଫଟୋ


ନୂଆଦିଲ୍ଲୀ: ଚାଲିଛି ବିବାହ ମାହୋଲ । ଗହଣା କିଣିବାକୁ ଜମୁଛି ଗ୍ରାହକଙ୍କ ଭିଡ । ଚାହିଦାକୁ ନଜରରେ ରଖି ବଢିଛି ସୁନା ଓ ରୂପା ଦାମ । ଶୁକ୍ରବାର ଦିଲ୍ଲା ସରଫରା ବଜାରର 10 ଗ୍ରାମ ସୁନା ଦାମ 305 ଟଙ୍କା ବୃଦ୍ଧି ପାଇ 32,690 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋଗ୍ରାମ ପିଛା 204 ଟଙ୍କା ବଢି 38,405 ଟଙ୍କାକୁ ଛୁଇଁଲାଣି ।

ସ୍ଥାନୀୟ ଗହଣା ବେପାରୀଙ୍କ ଚାହିଦା ଓ ଖୁଚୁରା ବ୍ୟବସାୟୀ କ୍ରୟ କ୍ଷମତା ବୃଦ୍ଧି ପାଉଥିବାରୁ ଗହଣା ମହଙ୍ଗା ହେଉଛି । ଦିଲ୍ଲାରେ 99.9 ପ୍ରତିଶତ ଓ 99.5 ପ୍ରତିଶତ ସୁନା ଦାମ 10 ଗ୍ରାମ ପିଛା ଯଥାକ୍ରମେ 305 ଟଙ୍କା ଲେଖାଁଏ ବଢି 32,690 ଓ 32,530ରେ ପହଞ୍ଚିଛି । ସେପଟେ ଉଦ୍ୟୋଗ କ୍ଷେତ୍ରରେ ତଥା ସିକ୍କା(ରୂପା କଏନ) ତିଆରି କମ୍ପାନୀରେ ଲାଭ-କ୍ଷତି ଲାଗି ରହିଥିବାରୁ ରୂପାର ଦାମ ବଢିଛି ।


ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବ ବାଣିଜ୍ୟିକ ବିବାଦ, ବିଶ୍ବ ବଜାରରେ ମାନ୍ଦାବସ୍ଥା ସୁନା ବୃଦ୍ଧିର ମୁଖ୍ୟ କାରଣ । ଏଥିସହ ଆଗମୀ କିଛି ଦିନ ଧରି ଶୁଭ କାର୍ଯ୍ୟର ଭଲ ଯୋଗ ରହିଥିବାରୁ ଗହଣା ବେପାର ଭଲ ରହୁଛି । ତେବେ ଚାହିଦା ଅନୁଯାୟୀ ଯୋଗାଣ ସେତେଟା ହୋଉନଥିବାରୁ ଓ ଭଲ ପ୍ରଫିଟ ଲକ୍ଷ୍ୟରେ କାରବାରୀ ସୁନା ଦାମ ବଢାଇଚାଲିଛନ୍ତି ।

For All Latest Updates

ABOUT THE AUTHOR

...view details