ଓଡିଶା

odisha

By

Published : Jun 15, 2021, 7:10 PM IST

ETV Bharat / business

ମେହୁଲ ଚୋକସି ଭାରତ ଫେରିବାକୁ ଲାଗିବ 5 ରୁ 6 ବର୍ଷ !

ଭାରତ ପ୍ରତ୍ୟାପଣ ପାଇଁ ପଳାତକ ମେହୁଲ ଚୋକସିଙ୍କୁ ଲାଗିପାରେ 5 ରୁ 6 ବର୍ଷ । କାରଣ ଭାରତ ଆଣିବା ନେଇ ଅଧିକ ସମୟ ଲାଗିବ ଆଇନ କାର୍ଯ୍ୟନୁଷ୍ଠାନ । ଏ ନେଇ ମତ ରଖିଛନ୍ତି ମେହଲଙ୍କ ଓକିଲ । ଅଧିକ ପଢନ୍ତୁ..

ମେହୁଲ ଚୋକସି  ଭାରତ ଫେରିବାକୁ ଲାଗିବ 5ରୁ 6 ବର୍ଷ !
ମେହୁଲ ଚୋକସି ଭାରତ ଫେରିବାକୁ ଲାଗିବ 5ରୁ 6 ବର୍ଷ !

ଲଣ୍ଡନ: ପଳାତକ ମେହୁଲ ଚୋକସିଙ୍କ ଭାରତ ପ୍ରତ୍ୟାପଣ ପାଇଁ ଲାଗିପାରେ ଆହୁରୀ 5ରୁ 6 ବର୍ଷ । କାରଣ ଭାରତ ଆଣିବା ନେଇ ରହିଥିବା ଆଇନପ୍ରକ୍ରିୟା ଶେଷ ହେବାକୁ ଅନେକ ସମୟ ଆବଶ୍ୟକ ବୋଲି ଦାବି କରିଛନ୍ତି ମେହୁଲଙ୍କ ଓକିଲ ।

ମେହୁଲ ଚୋକସି ମାମଲାରେ ଡୋମିନିକାନ୍ କୋର୍ଟ ପ୍ରକ୍ରିୟାରେ ଭାରତୀୟ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବ୍ରିଟେନର ତାଙ୍କ ଓକିଲ ମାଇକେଲ ପୋଲାକ୍ । ସେ ଦାବି କରିଛନ୍ତି ଯେ ପଳାତକ ହୀରା ବ୍ୟବସାୟୀଙ୍କୁ କାରିବିଆନ୍ ଦେଶରେ ବିନା କୌଣସି ଆଇନଗତ ପ୍ରକ୍ରିୟା ଭାରତ ଫେରେଇ ନେବାକୁ ଯୋଜନା ରହିଥିଲା । ଏପରିକି ମେହୁଲଙ୍କୁ ଅନେକ ଦିନ ଓକିଲଙ୍କଠାରୁ ଦୂରରେ ରଖାଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି କି, ପରିସ୍ଥିତି ଦର୍ଶାଉଛି କି ଭାରତ ସରକାର ଚୋକସିଙ୍କୁ ଦେଶକୁ ଆଣିବାକୁ ଚାହୁଛି । ତେବେ ଚୋକସି ଭାରତ ପ୍ରତ୍ୟାପଣ ମାମଲାରେ ଆଣ୍ଟିଗୁଆରେ କାର୍ଯ୍ୟନୁଷ୍ଠାନ ଚାଲିଛି । ଆଉ ଏହା 5 ରୁ 6 ବର୍ଷ ଯାଏଁ ଚାଲିବ । ‘‘ ଆମେ ଆଣ୍ଟିଗୁଆ ପୋଲିସର ରିପୋର୍ଟ ମାଗୁଛୁ । ହେଲେ ଏଭଳି ହୋଇନାହିଁ ।

ଚୋକସି ମେ 23 ରାତିରେ ଖାଇବା ପାଇଁ ବାହାରକୁ ଯିବା ପରେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଛନ୍ତି । ଆଉ ଶୀଘ୍ର ଡୋମିନିକାରେ ଧରାପଡିଥିଲେ । ଭାରତ ପ୍ରତ୍ୟାପଣ ଡରରେ ଆଣ୍ଟିଗୁଆ ଏବଂ ବାରବୁଡାରୁ ଖସି ପଳାଇବା ପରେ ଡୋମିନିକାରେ ପୋଲିସ ତାଙ୍କ ଉପରେ ବେଆଇନ ପ୍ରବେଶ ଅଭିଯୋଗ ଲଗାଇଥିଲା ।

62 ବର୍ଷୀୟ ପଳାତକ 2018 ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ 13,500 କୋଟି ଟଙ୍କା ଠକି ଭାରତ ଛାଡି ପଳାଇଥିଲେ ।

ABOUT THE AUTHOR

...view details