ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ରହିଥିବା ଲକଡାଉନ ପାଇଁ ଫଳ ବ୍ୟବସାୟ ଏକଦମ ଠପ । କେବଳ ଫଳ କାହିଁକି ପନିପରିବା ବିକ୍ରି ବି ହ୍ରାସ ପାଇଛି ।
ଲକଡାଉନ ମଧ୍ୟରେ ବି ଫଳ-ପନିପରିବା ସମେତ ତମାମ ଅତ୍ୟାବଶ୍ୟକ ଖାଦ୍ୟ-ସାମଗ୍ରୀ ଯୋଗାଣ ଜାରି ପାଇଁ ଅନୁମତି ଦିଆଯାଉଛି । ହେଲେ ହୋଲସେଲ ମଣ୍ଡିରେ ଫଳ ଚାହିଦା ହ୍ରାସ ଯୋଗୁଁ ବ୍ୟବସାୟୀ ଏହାର ଯୋଗାଣ ହ୍ରାସ କରିଦେଇଛନ୍ତି । ଯେଉଁଥିପାଇଁ ଗତ 15 ଦିନରେ ଫଳ କାରବାର ପାଖପାଖୀ 60 ପ୍ରତିଶତ ହ୍ରାସ ପାଇଛି ।
ଚାମ୍ବର ଅଫ ଆଜାଦପୁର ଫ୍ରୁଟ ଆଣ୍ଡ ଭେଜିଟେବଲ ଆସୋସିଏସର ସଭାପତି ଏମ.ଆର କୃପାଳାନୀ କହିଛନ୍ତି ଯେ, ଲକଡାଉନ ଯୋଗୁଁ ଲୋକେ ଘରେ ରହୁଛନ୍ତି । ଏଥିଯୋଗୁଁ ଫଳର କ୍ରୟ ବି କମ ହେଉଛି । ତେବେ ଯଦିଓ ପନିପରିବା ଦମରେ ଏତେଟା ଫରକ ଦେଖିବାକୁ ମିଳିନି, ହେଲେ ଫଳ ଚାହିଦା ହ୍ରାସ ଯୋଗୁଁ ଉତ୍ପାଦ ଓ କୃଷକଙ୍କ ଠାରୁ କାରବାରୀ ପର୍ଯ୍ୟନ୍ତ ଯୋଗାଣ ଶୃଙ୍ଖଳା ବିଗିଡିଯାଇଛି ।