ଓଡିଶା

odisha

ETV Bharat / business

ରଦ୍ଦ ଟିକେଟରୁ ରେଲୱେର ରୋଜଗାର 1536 କୋଟି

ଯାତ୍ରୀଙ୍କ ଟିକେଟ ବାତିଲରୁ ରେଲୱେକୁ 2018-19 ବର୍ଷରେ 1536 କୋଟି ଟଙ୍କା ମିଳିଛି । ସୂଚନା ଅଧିକାର ଆଇନ ବଳରେ ଏହା ଜଣାପଡିଛି ।

ଫାଇଲ ଫଟୋ

By

Published : Jul 14, 2019, 6:48 PM IST

ନୂଆଦିଲ୍ଲୀ: ଟିକେଟ ରଦ୍ଦରୁ ରେଲୱେର ରୋଜଗାର । 2018-19 ବର୍ଷରେ ଲୋକମାନେ ବାତିଲ କରିଥିବା ଟିକେଟରୁ ରେଳ ବିଭାଗକୁ 1536.85 କୋଟି ଟଙ୍କା ମିଳିଛି । ଏପରି ତଥ୍ୟ ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ସାମ୍ନାକୁ ଆସିଛି ।

ମଧ୍ୟପ୍ରଦେଶର ଜଣେ ସୂଚନା ଅଧିକାର କର୍ମୀ ରେଳ ମନ୍ତ୍ରଣାଳୟର ରେଲୱେ ସୂଚନା ପ୍ରଣାଳୀ କେନ୍ଦ୍ରରୁ ଆରଟିଆଇ ମାଧ୍ୟମରେ ଏପରି ତଥ୍ୟ ହାସଲ କରିଥିବା କହିଛନ୍ତି ।

ଆରଟିଆଇରେ ହାସଲ ହୋଇଥିବା ତଥ୍ୟ ଅନୁଯାୟୀ, ସଂରକ୍ଷିତ ଟିକେଟ ବାତିଲରେ 1518.62 କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ଅଣସଂରକ୍ଷିତ ଟିକେଟ ବାତିଲରେ 18.23 କୋଟି ଟଙ୍କା ରେଳ ବିଭାଗକୁ ଯାଇଛି ।

ABOUT THE AUTHOR

...view details