ଓଡିଶା

odisha

ETV Bharat / business

ଶୁକ୍ରବାର ଖସିଲା ସେୟାର ବଜାର, କମିଲା ସେନସେକ୍ସ - sensex

ଆରମ୍ଭରୁ ସୁଦୃଢ ଥିବା ବଜାର ହ୍ରାସ ସହ ବନ୍ଦ ହୋଇଛି । ସପ୍ତାହର ଶେଷ କାରବାର ଦିନରେ ସେନସେକ୍ସ 40 ହଜାର 500 ତଳେ ରହିଥିଲା ବେଳେ ନିଫ୍ଟି 12 ହଜାର ନିକଟତର ଅଛି ।

friday share market down
ଶୁକ୍ରବାର ଖସିଲା ସେୟାର ବଜାର , କମିଲା ସେନସେକ୍ସ

By

Published : Dec 6, 2019, 5:42 PM IST

ନୂଆଦିଲ୍ଲୀ: ଆରମ୍ଭରୁ ସୁଦୃଢ ଥିବା ବଜାର ହ୍ରାସ ସହ ବନ୍ଦ ହୋଇଛି । ସପ୍ତାହର ଶେଷ କାରବାର ଦିନରେ ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ତଳମୁହାଁ ରହିଛି । ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 334.44 ପଏଣ୍ଟ ଖସି 40,445 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 96.90 ପଏଣ୍ଟ କମି 11,921.50 ରେ କାରବାର ବନ୍ଦ କରିଛି ।

ପ୍ରାଇଭେଟ ସେକ୍ଟରର ୟସ ବ୍ୟାଙ୍କର ସେୟାର ସର୍ବାଧିକ ଖସିଛି । କାରବାର ଶେଷ ସୁଦ୍ଧା ବ୍ୟାଙ୍କର ସେୟାର 9 ପ୍ରତିଶତରୁ ଅଧିକ କମିଛି । ପ୍ରକାଶ ଯେ, ରେଟିଙ୍ଗ ଏଜେନ୍ସି ମୁଡିସ ପକ୍ଷରୁ ୟସ ବ୍ୟାଙ୍କର ରେଟିଙ୍ଗକୁ ନେଗେଟିଭ ଆଉଟଲୁକ ସହ ଡାଉନଗ୍ରେଡ କରାଯାଇଛି । ଫଳରେ ନିବେଶକ ଏଥିରେ ଟଙ୍କା ଲଗାଇବାକୁ କୁଣ୍ଠା କରିଛନ୍ତି । ସେହିପରି କାରବାର ସମୟରେ ଭୋଡାଫୋନ ଓ ଆଇଡିଆ ସେୟାର ପାଖାପାଖି 6 ପ୍ରତିଶତ ହ୍ରାସ ପାଇଛି ।

ABOUT THE AUTHOR

...view details