ଓଡିଶା

odisha

ETV Bharat / business

ଭୂକମ୍ପ ଭୟ: ଘର ବୀମାର ବଢୁଛି ଚାହିଦା

ପଲିସି ବଜାର ଡଟ କମ କହିଛି ଯେ, ‘‘ ବର୍ତ୍ତମାନ ପୂର୍ବ ତୁଳନାରେ ଏକ ଅନିଶ୍ଚିତ ସମୟ। ଏଭଳି ପରିସ୍ଥିତିରେ ଦିଲ୍ଲୀ ଏବଂ ସମଗ୍ର ଭାରତର ବାସିନ୍ଦା ଭୂକମ୍ପ ଯୋଗୁଁ ଚିନ୍ତିତ ଅଛନ୍ତି । ଏହି ଲୋକଙ୍କ ମଧ୍ୟରୁ ପ୍ରାୟ 42 ପ୍ରତିଶତ ସୁରକ୍ଷା ଦୃଷ୍ଟିରୁ ନିକଟ ଭବିଷ୍ୟତରେ ଘର ବୀମା କିଣିବାକୁ ଚିନ୍ତା କରୁଛନ୍ତି। । ’’

ଭୁକମ୍ପ ଭୟ:  ଘର ବୀମାର ବଢୁଛି ଚାହିଦା
ଭୁକମ୍ପ ଭୟ: ଘର ବୀମାର ବଢୁଛି ଚାହିଦା

By

Published : Aug 11, 2020, 12:53 PM IST

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାରମ୍ବାର ଆସୁଥିବା କମ ତୀବ୍ରତାର ଭୂକମ୍ପ ଯୋଗୁଁ ହୋମ ଇନ୍ସୁରାନ୍ସ ( ଘର ବୀମା) ଆଡକୁ ଆକର୍ଷିତ ହେଉଛନ୍ତି ଏଠାକାର ବାସିନ୍ଦା । ବିଭିନ୍ନ କମ୍ପାନୀର ବୀମା ଅନଲାଇନ ବିକ୍ରି କରୁଥିବା ପ୍ଲାର୍ଟଫର୍ମ ପଲିସି ବଜାର ଡଟ କମ ଏହାର ଏକ ସର୍ଭେରେ ଏନେଇ କହିଛି ।

ଜୁଲାଇ 17 ରୁ 21 ମଧ୍ୟରେ କମ୍ପାନୀର ମୋବାଇଲ ଆପରେ ଆସିଥିବା 11,000ରୁ ଅଧିକ ବୀମା ଗ୍ରାହକଙ୍କ ମଧ୍ୟରେ ଏକ ସର୍ଭେ କରିଥିଲା । ଏହି ସର୍ବେକ୍ଷଣର ମୂଳ ଲକ୍ଷ୍ୟ ଥିଲା କି ଲୋକଙ୍କ ଧାରଣା ଏବଂ ଗୃହ ବୀମା ବିଷୟରେ ସେମାନଙ୍କ ବୁଝମଣା ବିଷୟରେ ଜାଣିବା । ଏଥିସହ ଘର ବୀମାର ଲାଭକୁ ନେଇ ମଧ୍ୟ ସେମାନଙ୍କର ଅନୁମାନ କଣ ରହିଛି ତାହାର ସନ୍ଧାନ କରିବା ଏହି ସର୍ଭେର ଉଦ୍ଦେଶ୍ୟ ।

ଏହି ଅନଲାଇନ୍ ସର୍ଭେରେ ଅଂଶଗ୍ରହଣ କରିଥିବା ଦିଲ୍ଲୀ-ଏନସିଆରର 10 ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ କହିଛନ୍ତି ଯେ ବାରମ୍ବାର ଭୂକମ୍ପ ସେମାନଙ୍କୁ ଘର ବୀମା କିଣିବା ବିଷୟରେ ସଜାଗ କରାଇଛି। ପଲିସି ବଜାର ଡଟ କମ କହିଛି ଯେ, ‘‘ ବର୍ତ୍ତମାନ ପୂର୍ବ ତୁଳନାରେ ଏକ ଅନିଶ୍ଚିତ ସମୟ। ଏଭଳି ପରିସ୍ଥିତିରେ ଦିଲ୍ଲୀ ଏବଂ ସମଗ୍ର ଭାରତର ବାସିନ୍ଦା ଭୂକମ୍ପ ଯୋଗୁଁ ଚିନ୍ତିତ ଅଛନ୍ତି । ଏହି ଲୋକଙ୍କ ମଧ୍ୟରୁ ପ୍ରାୟ 42 ପ୍ରତିଶତ ସୁରକ୍ଷା ଦୃଷ୍ଟିରୁ ନିକଟ ଭବିଷ୍ୟତରେ ଘର ବୀମା କିଣିବାକୁ ଚିନ୍ତା କରୁଛନ୍ତି।’’

ଦେଶର ବିଭିନ୍ନ ସ୍ଥାନରୁ ସର୍ଭେରେ ସାମିଲ ପ୍ରତି ପଞ୍ଚମ ବ୍ୟକ୍ତି ସ୍ୱୀକାର କରିଛନ୍ତି ଯେ ତାଙ୍କର ଗୃହ ବୀମା ଅଛି। ଯେତେବେଳେ କି ଦିଲ୍ଲୀ-ଏନସିଆରରେ 35 ପ୍ରତିଶତ ଲୋକ ଗୃହ ବୀମା ଥିବା ନେଇ କହିଛନ୍ତି। ସମଗ୍ର ଦେଶର 73 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ଗୃହ ବୀମା କିଣିବାକୁ ଚିନ୍ତା କରିନାହାଁନ୍ତି । ଏପେଟ ଦିଲ୍ଲୀ-ଏନସିଆରରେ ଏହି ସଂଖ୍ୟା 57 ପ୍ରତିଶତ ରହିଛି।

ABOUT THE AUTHOR

...view details