ନୂଆଦିଲ୍ଲୀ: ଆମାଜନ ନିର୍ଦ୍ଦେଶକ ମଣ୍ଡଳୀରେ ସାମିଲ ହେଲେ ପେପସି-କୋ କମ୍ପାନୀର ପୂର୍ବ ସିଇଓ ଇନ୍ଦିରା ନୁଇ । ଦ୍ବିତୀୟ ଭାରତୀୟ ମହିଳା ଭାବେ ନୁଇ ଏହି ବୋର୍ଡରେ ଯୋଗ ଦେଇଛନ୍ତି । ଏ ନେଇ ଆମେରିକା ସ୍ଥିତ ଅନଲାଇନ ସପିଂ ସାଇଟ ଆମାଜନ ପକ୍ଷରୁ ସୂଚନା ଦିଆଯାଇଛି ।
ନୁଇଙ୍କ ପୂର୍ବରୁ ଏହି ବୋର୍ଡରେ ଷ୍ଟାରବକ୍ସର କାର୍ଯ୍ୟକାରୀ ଅଧିକାରୀ ରୋଜାଲିଡ ବ୍ରେବର ଏଥିରେ ନିଯୁକ୍ତ ହୋଇଥିଲେ । ବର୍ତ୍ତମାନ ସମୟରେ ନୁଇ, ନମ୍ବର ୱାନ ଇକମର୍ସ ସାଇଟ ଆମାଜନର 549 ସେୟାରର ମାଲିକ ହେବେ । ଯାହାର ମୁଲ୍ୟ ଭାରତୀୟ ଟଙ୍କାରେ 6.36 କୋଟି ଟଙ୍କା ହେବ ।