ଓଡିଶା

odisha

ETV Bharat / business

ଭାରତ ବଜାରକୁ ବିଦେଶୀ ନିବେଶକ ଭରସା

ଭାରତୀୟ ବଜାରକୁ ଛୁଟୁଛି ବିଦେଶୀ ନିବେଶକଙ୍କ ସୁଅ । ଏଣିକି ଦେଶର ପୁଞ୍ଜି ବଜାରରେ ଟଙ୍କା ଖଟାଇବାକୁ ଆକୃଷ୍ଟ ହେଲେଣି ହଜାର ହଜାର ବିଦେଶୀ ପୁଞ୍ଜିପତି ।

By

Published : Feb 11, 2019, 4:10 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଛୁଟୁଛି ବିଦେଶୀ ନିବେଶକଙ୍କ ସୁଅ । ଏଣିକି ଦେଶର ପୁଞ୍ଜି ବଜାରରେ ଟଙ୍କା ଖଟାଇବାକୁ ଆକୃଷ୍ଟ ହେଲେଣି ହଜାର ହଜାର ବିଦେଶୀ ପୁଞ୍ଜିପତି । ଏଥିପାଇଁ ମାତ୍ର 6ଦିନ ମଧ୍ୟରେ ସେୟାର ବଜାରରେ ପାଖାପାଖି 5300କୋଟି ଟଙ୍କା ନିବେଶ କରିଛନ୍ତି ବିଦେଶୀ ନିବେଶକ ।

ଆର୍ଥିକ ବୃଦ୍ଧି ହାର ସୁଦୃଢ ହେବା ନେଇ ଆଶା କରି ନିବେଶକମାନେ ମାରାଥନ ପୁଞ୍ଜି ନିବେଶ କରିଚାଲିଛନ୍ତି । ଏହା ପୂର୍ବରୁ ଅର୍ଥାତ ଜାନୁଆରୀ ମାସରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏପପିଆଇ)ମାନେ ଭାରତ ବଜାରରେ 5,364କୋଟି ଟଙ୍କା ଲଗାଇଥିଲେ । ସେହିପରି 2018 ନଭେମ୍ବର ଡିସେମ୍ବରରେ ପାଖାପାଖି 5,884 କୋଟି ଟଙ୍କା ଖଟାଇଥିଲେ ।

ଆମେରିକା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସୃଦୃଢ ଓ ପେଟ୍ରୋଲ-ଡିଜେଲ ଦର ହ୍ରାସ ଯୋଗୁଁ ବଜାରରେ ନିବେଶ ବୃଦ୍ଧି ହେଉଛି । ଯାହାକି ଦେଶ ଅର୍ଥନୀତିକୁ ସୁଦୃଢ କରିବା କ୍ଷେତ୍ରରେ ସବୁଜ ସଂକେତ ଦେଇଛି । ତେବେ ଆଗମୀ ଦିନରେ କିଛି ବୈଦେଶିକ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡିଲେ ବଜାର ପ୍ରଭାବିତ ହୋଇପାରେ ବୋଲି ମଧ୍ୟ ଆଶଙ୍କା ରହିଛି ।

ABOUT THE AUTHOR

...view details