ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସମତେ 9ଟି ଭାରତୀୟ ବ୍ୟାଙ୍କର ସ୍ଥିତି(ଆଉଟଲୁକ)କୁ ସଂଶୋଧିକ କରିଛି ଫିଚ ରେଟିଂ । ଦେଶର ପ୍ରମୁଖ ବ୍ୟାଙ୍କଗୁଡିକର ଦୃଶ୍ୟପଟ୍ଟ ସ୍ଥିରରୁ ନକରାତ୍ମକ ରଖିଛି ଏଜେନ୍ସି ।
ଅର୍ଥବ୍ୟବସ୍ଥା ଉପରେ କୋରୋନା ଭାଇରସ ମହାମାରୀରେ ପ୍ରଭାବ ଯୋଗୁଁ ଭାରତର sovereign ରେଟିଂ ଆଉଟଲୁକରେ ହୋଇଥିବା ହ୍ରାସକୁ ଦୃଷ୍ଟିରେ ରଖି ଏହି ଆକଳନ କରାଯାଇଛି । ଯଦିଓ ଏଜେନ୍ସି ତାହାର ବର୍ତ୍ତମାନ ରେଟିଂକୁ ସ୍ଥିର ରଖିଛି । ଏଥିସହ ଫିଚ ଆଇଡିବିଆଇ ବ୍ୟାଙ୍କ ଲିମିଟେଡର ରେଟିଂକୁ ମଧ୍ୟ ଅପରିବର୍ତ୍ତିତ ରଖିଛି ହେଲ ଆଉଟଲୁକକୁ ନକରାତ୍ମକ ରଖିଛି ।