ଓଡିଶା

odisha

ETV Bharat / business

14 ରାଜ୍ୟକୁ 6195 କୋଟି ଟଙ୍କା ଜାରି କଲା ଅର୍ଥମନ୍ତ୍ରାଳୟ - ରାଜ୍ୟ ରାଜକୋଷ ଖାଲି

କୋରୋନା ସଙ୍କଟ ମଧ୍ୟ ରାଜସ୍ବ ଆଦାୟ ହ୍ରାସ ପାଇଛି । ଏପରି ସ୍ଥିତିରେ ରାଜ୍ୟ ରାଜକୋଷ ଖାଲି ହେବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 14ଟି ରାଜ୍ୟକୁ ଆର୍ଥିକ ଅନୁଦାନ ରାଶି ଜାରି କରିଛନ୍ତି । ଅଧିକ ପଢନ୍ତୁ...

finmin releases rs 6195 crore to 14 states
14 ରାଜ୍ୟକୁ 6195 କୋଟି ଟଙ୍କା ଜାରି କଲା ଅର୍ଥମନ୍ତ୍ରାଣଳୟ

By

Published : May 12, 2020, 5:32 PM IST

ନୂଆଦିଲ୍ଲୀ: ରାଜସ୍ବ ଘାଟା ଅନୁଦାନ ଭାରେ ସୋମବାର ଅର୍ଥମନ୍ତ୍ରାଣଳୟ 14ଟି ରାଜ୍ୟକୁ 6,195 କୋଟି ଟଙ୍କା ଜାରି କରିଛି । କୋରୋନା ଭାଇରସ ସଙ୍କଟ ମୁକାବିଲା ପାଇଁ ମନ୍ତ୍ରାଣଳୟ ଏହି ଟଙ୍କା ଦେଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଯ୍ୟଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ‘ସରକାର 2020 ମେ 11ରେ ଦ୍ବିତୀୟ କିସ୍ତିରେ 14 ରାଜ୍ୟକୁ ରାଜସ୍ବ ଘାଟା ଅନୁଦାନ ସ୍ବରୂପ ମୋଟ 6,195.08 କୋଟି ଟଙ୍କା ଜାରି କରିଛନ୍ତି । ପଞ୍ଚଦଶ ଅର୍ଥ ଆୟୋଗର ପରାମର୍ଶ କ୍ରମେ ଏହି ଟଙ୍କା ଜାରି ହୋଇଛି ।’

କେନ୍ଦ୍ରୀୟ ଟିକସ ବାଣ୍ଟିବା ପରେ ରାଜ୍ୟଗୁଡିକର ରାଜସ୍ବରେ ନିୟଣ୍ଟ ହେଲା ପରେ ଅନୁଦାନ ଦିଆଯାଏ । ଯେଉଁ ରାଜ୍ୟକୁ ଅନୁଦାନ ଦିଆଯାଇଛି , ସେଥିରେ କେରଳକୁ 1,276.91 କୋଟି, ପଞ୍ଜାବକୁ 638 କୋଟି ଏବଂ ପଶ୍ଚିମବଙ୍ଗକୁ 417.75 କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ଏପ୍ରିଲ 3ରେ ମନ୍ତ୍ରାଳୟ ପକ୍ଷରୁ 14 ଟି ରାଜ୍ୟକୁ 6,195 କୋଟି ଟଙ୍କା 'କେନ୍ଦ୍ରୀୟ ଟିକସ ବାଣ୍ଟିବା ପରେ ରାଜସ୍ୱ ଅଭାବ ଅନୁଦାନ' ଭାବରେ ଜାରି କରାଯାଇଥିଲା। ଏହି ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ହିମାଞ୍ଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଥିଲେ ।

ABOUT THE AUTHOR

...view details