ଏହି ଟଙ୍କା ଆରବିଆଇ ସାମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଭଣ୍ଡାରରେ ଗଚ୍ଛିତ କରି ରଖିଥିଲା । ଆଉ ଏଥିପାଇଁ ହିଁ ଆରବିଆଇ ଓ ସରକାରଙ୍କ ମଧ୍ୟରେ ଉପୁଜିଥିଲା ବିବାଦ । ଭଣ୍ଡାରରୁ ସରକାର ଟଙ୍କା ଚାହୁଁଥିଲେ ସୁଦ୍ଧା ଆରବିଆଇ ଏହି ଟଙ୍କାକୁ ସମ୍ଭାବ୍ୟ ବିପଦର ସମ୍ମୁଖୀନ କରିବାକୁ ସଂରକ୍ଷିତ ରଖିଥିଲେ । ଏଥିଲାଗି ସରକାରଙ୍କୁ ଟଙ୍କା ଦେବାକୁ ଆରବିଆଇ ଅମଙ୍ଗ ଥିଲା ।
ହେଲେ ଏବେ ଆରବିଆଇ ଟଙ୍କାକୁ ନେଇ ଶକ୍ତିକାନ୍ତ ଦାସଙ୍କ ସ୍ପଷ୍ଟିକରଣ ପରେ ବଦଳିଯାଇଛି ଆର୍ଥିକ ରୂପରେଖ । ବିପଦ ମୁକାବିଲା ପାଣ୍ଠିରେ ଥିବା ମୋଟ 27,380 ହଜାର କୋଟି ଟଙ୍କା ସରକାରଙ୍କୁ ଦେବା ପାଇଁ ଅର୍ଥମନ୍ତ୍ରାଳୟ ପକ୍ଷରୁ ଆରବିଆଇକୁ କୁହାଯାଇଛି ।