ଓଡିଶା

odisha

କୃଷି ଆଇନକୁ ଆଇଏମଏଫର ପ୍ରଶଂସା, ବଢିବ ଚାଷୀଙ୍କ ଆୟ

ଭାରତରେ କୃଷି ସଂସ୍କାର ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ପ୍ରତିନିଧିତ୍ବ କରିବାକୁ ଫାର୍ମ ବିଲର ସାମର୍ଥ୍ୟ ଅଛି । ଏହା ଦ୍ବାରା ଚାଷୀଙ୍କ ଆୟ ବଢିବା ସହ ଗ୍ରାମୀଣ ଅର୍ଥନୀତି ମଜବୁତ ହେବ । ଅଧିକ ପଢନ୍ତୁ..

By

Published : Jan 16, 2021, 8:05 PM IST

Published : Jan 16, 2021, 8:05 PM IST

କୃଷି ଆଇନକୁ ଆଇଏମଏଫର ପ୍ରଂଶସା , ବଢିବ ଚାଷୀଙ୍କ ଆୟ
କୃଷି ଆଇନକୁ ଆଇଏମଏଫର ପ୍ରଂଶସା , ବଢିବ ଚାଷୀଙ୍କ ଆୟ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ବାରା ପାରିତ ନୂଆ କୃଷି ଆଇନ ଦ୍ବାରା ଚାଷୀଙ୍କ ଲାଭ ବଢିବ । ଗ୍ରାମୀଣ ଅର୍ଥନୀତି ତ୍ବରାନ୍ବିତ ହେବ । ଚାଷ କ୍ଷେତ୍ରରେ ସଂସ୍କାର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପର ପ୍ରତିନିଧିତ୍ବ କ୍ଷମତା ଅଛି । ନୂଆ କୃଷି ଆଇନକୁ ସମର୍ଥନ କରି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ଏ ନେଇ ଦର୍ଶାଇଛି ।

କୃଷି ଆଇନକୁ ବିରୋଧ କରି କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବା ମଧ୍ୟରେ ଆଇଏମଏଫର ଏଭଳି ପ୍ରଶଂସା ସରକାରଙ୍କୁ ସପୋର୍ଟ ଦେଇଛି । ଆଇଏମଏଫର କମ୍ୟୁନିକେସନ୍ସ ନିର୍ଦ୍ଦେଶକ ଗେରୀ ରାଇସ କହିଛନ୍ତି ଯେ, ନୂଆ ପ୍ରଣାଳୀ ଆପଣାଇବା ଦ୍ବାରା ଯେଉଁମାନେ ପ୍ରତିକୂଳ ଭାବେ ପ୍ରଭାବିତ ହେବେ, ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା ଜାଲକୁ ମଜବୁତ କରିବା ଆବଶ୍ୟକତା ରହିଛି । ତେବେ କୃଷି ବିଲ ଭାରତରେ କୃଷି ସୁଧାର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପର ପ୍ରତିନିଧିତ୍ବ କରିବାର କ୍ଷମତା ଅଛି ବୋଲି ଗେରୀ କହିଛନ୍ତି ।

ରାଇସଙ୍କ ଅନୁସାରେ କୃଷି ଆଇନ ଦ୍ବାରା ଚାଷୀଙ୍କ ବିକ୍ରେତାଙ୍କ ସହ ସିଧାସଳଖ ସମ୍ପର୍କ ରହିବ । ଏଥିସହ ମଧ୍ୟସ୍ଥତାଙ୍କ ଭୂମିକା କମିବା ସହ ଚାଷୀଙ୍କ ଲାଭ ବଢିବ । ଏଥିସହ ଗ୍ରାମୀଣ ଅର୍ଥନୀତି ମଜବୁତ ହେବ । ନୂଆ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିଲାବେଳେ ଏହାକୁ ପ୍ରତ୍ୟାହାର ପାଇଁ କୃଷକ ସଂଗଠନ ଜିଦ ଧରିଛନ୍ତି । ଏ ନେଇ ଦେଶର ସୁପ୍ରିମକୋର୍ଟରେ ଏହି ମାମଲାର ସମାଧାନ ପାଇଁ ଏକ କମିଠି ଗଠନ ହୋଇଛି ।

ଦେଶର ଆଇନ ବିରୋଧରେ କୃଷକଙ୍କ ଜାରି ବିରୋଧ ପ୍ରଦର୍ଶନର ଏକ ପ୍ରଶ୍ନ ଉପରେ ରାଇସ କହିଛନ୍ତି କି, ଏହି ନୂଆ ସଂସ୍କାର ଦ୍ବାରା ପ୍ରଭାବିତ ଲୋକଙ୍କ ପାଇଁ ରୋଜଗାର ମଧ୍ୟ ଉପଲବ୍ଧ ପାଇଁ ରାଇସ କହିଛନ୍ତି । ତେବେ ଏହି ବିଲ କେତେ ଲାଭଦାୟକ ହେବ ତାହା ଏହାର କାର୍ଯ୍ୟକାରୀତା ଉପରେ ନିର୍ଭରଶୀଳ । ଏଣୁ ସୁଧାର ସହ ଏହି ସବୁ ବିଷୟବସ୍ତୁ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।

ABOUT THE AUTHOR

...view details