ଓଡିଶା

odisha

ETV Bharat / business

‘5 ବର୍ଷରେ 5 ଟ୍ରିଲିୟନ ଅର୍ଥନୀତି, କିଛି ବଡ କଥା ନୁହେଁ’ - economy

ମୋଦିଙ୍କୁ ଚିଦାମ୍ବରମଙ୍କ ତାତ୍ସଲ୍ୟ । ପ୍ରତି 6ରୁ 7 ବର୍ଷ ଅବଧିରେ ଦେଶ ଅର୍ଥନୀତି ଆକାର ଡବଲ ହେଉଛି । ପୁଣି ଆସନ୍ତା 5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପହଞ୍ଚିବା ପାଇଁ ସେପରି କୌଣସି କଷ୍ଟ ହେବ ନାହିଁ । ଏପରି ଭାବେ ସମାଲୋଚନା କରି ମୋଦିଙ୍କ ନୀଳ ଅର୍ଥନୀତି ସ୍ବପ୍ନରେ ମୋହର ମାରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ।

ଫାଇଲ ଫଟୋ

By

Published : Jul 11, 2019, 9:44 PM IST

ନୂଆଦିଲ୍ଲୀ: ମୋଦିଙ୍କ ନୀଳ ଅର୍ଥନୀତି ସ୍ବପ୍ନକୁ ହାସ୍ୟତ୍ମକ ଢଙ୍ଗରେ ମୋହର ମାରିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଦିଗ୍ଗଜୀୟ କଂଗ୍ରେସ ନେତା ପି.ଚିଦାମ୍ବରମ । ‘ଆସନ୍ତା 5 ବର୍ଷରେ ଦେଶ ଅର୍ଥନୀତିର ଆକାର 5 ଲକ୍ଷ କୋଟି ଡଲାରରେ ପହଞ୍ଚିବ । ଏହା ସମସ୍ତେ ଜାଣନ୍ତି । ଏଥିଲାଗି କୌଣସି ଅର୍ଥମନ୍ତ୍ରୀଙ୍କ ମଧ୍ୟ ଲୋଡା ନାହିଁ ବୋଲି ରାଜ୍ୟସଭାରେ ସମାଲୋଚନା କରିଛନ୍ତି ଚିଦାମ୍ବରମ ।

6 ରୁ 7 ବର୍ଷ ଅବଧିରେ ଅର୍ଥବ୍ୟବସ୍ଥା ଡବଲ ହେଉଛି । ଯଦି ଏହାକୁ ଦେଖିବା ତେବେ ଦେଶ ଅର୍ଥନୀତି 5 ଟ୍ରିଲିୟନ ଡଲାରରେ ପହଞ୍ଚିବ କିଛି ବଡ କଥା ନୁହେଁ ବୋଲି ବଜେଟ ଚର୍ଚ୍ଚା ସମୟରେ ଚିଦାମ୍ବରମ ଯୁକ୍ତି ବାଢିଥିଲେ ।

ସେ ଏ ନେଇ ହିସାବ ରଖିଛନ୍ତି ଯେ, 1991ରେ ଭାରତୀୟ ଅର୍ଥବ୍ୟବସ୍ଥା ପରିମାଣ 325 ଅରବ ଡଲାର ଥିଲା । ପୁଣି 2003-04ରେ ଏହା ଡବଲ ହୋଇ 618 ଅରବ ଡଲାରକୁ ଛୁଇଁଥିଲା । ତାପରେ 4 ବର୍ଷ ପରେ ଏହା 1.22 ଟ୍ରିଲିୟନ ଡଲାରରେ , 2017 ସୁଦ୍ଧା ଏହା ବୃଦ୍ଧି ପାଇ 2.48 ଟ୍ରିଲିୟନ ଡଲାର ଟପିଥିଲା । ଆଉ ଏହି ଧାରାକୁ ଦେଖିଲେ ପୁଣି ଏହା ଆଉ 5 ବର୍ଷ ବେଳକୁ ଡବଲ ହେବ । ଏଥିଲାଗି କୌଣସି ଅର୍ଥମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ । ଯେକେହି ସାହୁକାର ମଧ୍ୟ ଏହି ଗଣିତକୁ ଭଲ ଭାବେ ବୁଝିପାରିବ ।

ଏଥିସହ ସେ କହିଛନ୍ତି ଯେ, ବର୍ତ୍ତମାନ ସମୟର ଆର୍ଥିକ ସଙ୍କଟକୁ ଦେଖିଲେ ବଜେଟରେ ସେପରି କୌଣିସି ଆଖିଦୃଶିଆ ଘୋଷଣା ନାହିଁ । ଯେଉଁଥିରୁ ସାଧାରଣ ଲୋକ କିଛି ସଞ୍ଚୟ କରିପାରିବ । ସରକାର କେବଳ ନିବେଶ ଓ ରପ୍ତାନୀ ବିକାଶ ଉପରେ ଫୋକସ କରିଛନ୍ତି । ହେଲେ ପରିବାରର ସଞ୍ଚୟ କଥା ଚିନ୍ତା କରିନାହାନ୍ତି । ବିଶେଷ କରି ମଧ୍ୟମ ବର୍ଗ ଏହା ଦ୍ବାରା ଅଧିକ ପ୍ରଭାବିତ ହେବ ।

ABOUT THE AUTHOR

...view details