ଓଡିଶା

odisha

ETV Bharat / business

ଟ୍ରମ୍ପଙ୍କ ଟ୍ବିଟ ବାଣରେ ବେହାଲ ବିଶ୍ବ ବଜାର, ବୁଡିଗଲା 1.36 ଲକ୍ଷ କୋଟି ଡଲାର

ଚୀନକୁ ନେଇ ଟ୍ରମ୍ପ କରିଥିବା ଟ୍ବିଟ ଯୋଗୁଁ ଅସ୍ତବ୍ୟସ୍ତ ବିଶ୍ବ ବଜାର । ଗୋଟିଏ ସପ୍ତାହରେ ବୁଡିଲାଣି 1.36 ଲକ୍ଷ କୋଟି ଡଲାର ।

By

Published : May 9, 2019, 5:52 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଚୀନକୁ ନେଇ ଟ୍ରମ୍ପ କରିଥିବା ଟ୍ବିଟ ଯୋଗୁଁ ଅସ୍ତବ୍ୟସ୍ତ ବିଶ୍ବ ବଜାର । ଗୋଟିଏ ସପ୍ତାହରେ ବୁଡିଲାଣି 1.36 ଲକ୍ଷ କୋଟି ଡଲାର । କେବଳ ଭାରତ ନିବେଶକ 4 ଲକ୍ଷ କୋଟି ଟଙ୍କା ହରେଇ ସାରିଲେଣି । ରବିବାର ଟ୍ରମ୍ପଙ୍କ 102 ଶବ୍ଦ ଥିବା ଏକ ଟ୍ବିଟର ପ୍ରତିଟି ଶବ୍ଦ ପାଇଁ 13 ଅରବ(90 କୋଟି) ଲେଖାଁଏ ପାଣିରେ ପଡିଲାଣି ।

ଏପେଟ ଟ୍ରମ୍ପଙ୍କ ଧମକର କଡା ଜବାବ ରଖିଛି ଚୀନ । ଯଦି ଆମେରିକା 200 ଅରବ ଡଲାର ସାମଗ୍ରୀ ଉପରେ ଆମଦାନୀ ଶୁକ୍ଲ ବଢାଏ , ତେବେ ତା ପ୍ରତି ବଦଳରେ କାରଣ ଦର୍ଶାଅ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଚୀନ ।

ଗତ କିଛି ମାସ ଧରି ଲାଗି ରହିଥିବା ଆମେରିକା ଓ ଚୀନ ଟ୍ରେଡ ୱାରରେ ଟ୍ବିଷ୍ଟ ଆଣିଛି ଟ୍ରମ୍ପଙ୍କ ଟ୍ବିଟ । ଏବେ ସୁଦ୍ଧା 250 ଅରବ ଡଲାର ସାମଗ୍ରୀ ଉପରେ ଆମେରିକା ଚୀନ ଠାରୁ ଆମଦାନୀ ଶୁଳ୍କ ଆଦାୟ କରୁଥିଲା । ଆଉ 200 ଉପରେ 10 ପ୍ରତିଶତ ଡ୍ୟୁଟି ଲାଗିଥିବା ବେଳେ 50 ସାମଗ୍ରୀ ଉପରୁ 25 ପ୍ରତିଶତ ଶୁକ୍ଲ ଆଦାୟ ହେଉଛି । ହେଲେ ଏବେ ଏହି 200 ଅରବ ଡଲାର ସାମଗ୍ରୀ ଉପରେ ମଧ୍ୟ 25 ପ୍ରତିଶତ ଡ୍ୟୁଟି ଲଗାଇବ । ଅତିରିକ୍ତ ସାମଗ୍ରୀ ଉପରେ ମଧ୍ୟ ଟ୍ୟାକ୍ସ ଆଦାୟ ହେବ । ଯଦି ଏହା ଲାଗୁ ହୁଏ ତେବେ ସମଗ୍ର ବିଶ୍ବ ଶୁଳ୍କ ପ୍ରଭାବିତ ହେବା ସହ କାରବାର ଉପର-ତଳ ରହିବ । ଗୁରୁବାର ମଧ୍ୟ ଏସିଆ ବଜାରରେ କାରବାର ଆରମ୍ଭରୁ ହ୍ରାସ ପରିଲିଖିତ ହୋଇଥିଲା ।

ଲଗାତାର 6ଦିନ ଧରି ସେୟାର ମାର୍କେଟ ମାନ୍ଦାରେ ଚାଲିଛି । ସେନସେକ୍ସ 38 ହଜାର ତଳକୁ ଖସିଥିବା ବେଳେ ନିଫ୍ଟି ମଧ୍ୟ 11ହଜାର 250ରୁ କାରବାର ଆରମ୍ଭ କରିଛି ।

For All Latest Updates

ABOUT THE AUTHOR

...view details