ଓଡିଶା

odisha

ETV Bharat / business

କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ 7 ଲକ୍ଷର ବୀମା, ଜାଣନ୍ତୁ କିଭଳି

ଯଦି ଆପଣ କୌଣସି ଘରୋଇ କମ୍ପାନୀରେ କାମ କରୁଛନ୍ତି , ଆଉ ଦୁର୍ଭାଗ୍ୟବଶତଃ କୋରୋନା ଯୋଗୁଁ ପ୍ରାଣ ହରାଉଛନ୍ତି ତେବେ ପରିବାରକୁ ମିଳିବ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା । ଏଥିସହ EDLI ସ୍କିମ ଅଧିନରେ ବେତନଭୋଗୀ କର୍ମଚାରୀଙ୍କୁ ମିଳିବ ଅନେକ ଫାଇଦା .. ଅଧିକ ପଢନ୍ତୁ..

କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ ହେଲେ  ପରିବାରକୁ ମିଳିବ 7 ଲକ୍ଷର ବୀମା , ଜାଣନ୍ତୁ କିଭଳି
କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ 7 ଲକ୍ଷର ବୀମା , ଜାଣନ୍ତୁ କିଭଳି

By

Published : May 19, 2021, 10:28 PM IST

Updated : May 19, 2021, 10:37 PM IST

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ ଖବର । ଇପିଏଫ ଆକାଉଣ୍ଟଧାରୀଙ୍କ ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । EDLI ଯୋଜନା ଅଧିନରେ ସଦସ୍ୟ କର୍ମଚାରୀଙ୍କୁ ମିଳିବ ଫାଇଦା । କୋଭିଡ -19 ମହାମାରୀ ସମୟରେ ଚିକିତ୍ସା ସେବା ଏବଂ ରିଲିଫ ଯୋଗାଇବା ପାଇଁ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC ) ପହଞ୍ଚିବ ଏହାର ହିତାଧିକାରୀଙ୍କ ପାଖରେ ।

ଯଦି ଆପଣ କୌଣସି ସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି , ଆଉ ଦୁର୍ଭାଗ୍ୟବଶତଃ କୋରୋନା ଯୋଗୁଁ ପ୍ରାଣ ହରାଉଛନ୍ତି , ତେବେ ପରିବାରଙ୍କୁ ମିଳିବ 2.5 ଲକ୍ଷରୁ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା । କର୍ମଚାରୀଙ୍କ ଡିପୋଜିଟ ଲିଙ୍କଡ ଇନସୁରାନ୍ସ (EDLI) ଯୋଜନା ଅନ୍ତର୍ଗତ ବୀମା ସୁବିଧା ଉପଲବ୍ଧ ହେବ । ମୃତକଙ୍କ ମୂଳ ଦରମା ହିସାବରେ ଏହା ମିଳିପାରେ ।

ଏହା ଇପିଏଫଓ (କର୍ମଚାରୀ ଭବିଷ୍ୟନିଧି ସଂଗଠନ ) ଦ୍ବାରା ପରିଚାଳନା କରାଯାଇଥାଏ । ଘରୋଇ କ୍ଷେତ୍ରରେ କାମ କରୁଥିବା ସମସ୍ତ ବେତନଭୋଗୀ କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ ।

କର୍ମଚାରୀଙ୍କୁ ମିଳିବାକୁ ଥିବା ଲାଭ / ଚିକିତ୍ସା ହିତ ଲାଭ

  • ଯଦି କୌଣସି ବୀମାଭୁକ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାର ସଦସ୍ୟ କୋଭିଡ -19 ଦ୍ବାରା ସଂକ୍ରମିତ ହୁଅନ୍ତି, ତେବେ କୋଭିଡ -19 ସମର୍ପିତ ଡାକ୍ତରଖାନା ଘୋଷିତ କରାଯାଇଥିବା କୌଣସି ମଧ୍ୟ କର୍ମଚାରୀ ରାଜ୍ୟ ବୀମା ନିଗମ / ସ୍କିମ ହସ୍ପିଟାଲରୁ ମାଗଣା ଚିକିତ୍ସା ପାଇପାରିବେ । ବର୍ତ୍ତମାନ ସମୟରେ କର୍ମଚାରୀ ରାଜ୍ୟ ବୀମା ନିଗମ ଦ୍ବାରା 3676 ଡାକ୍ତରଖାନା, କୋଭିଡ ଆଇସୋଲେସନ ଶର୍ଯ୍ୟା , 229 ଆଇସିୟୁ ବେଡ୍ ଏବଂ 163 ଭେଣ୍ଟିଲେଟର ବେଡ୍ ଓ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ 26 କର୍ମଚାରୀ ରାଜ୍ୟ ବୀମା ନିଗମ ସ୍କିମ୍ ହସ୍ପିଟାଲ୍ 2023 ଶଯ୍ୟା ବିଶିଷ୍ଟ କୋଭିଡ୍ -19 ସମର୍ପିତ ଡାକ୍ତରଖାନା ଭାବରେ କାର୍ଯ୍ୟ କରୁଛି ।
  • ଏଥିସହ ପ୍ରତ୍ୟେକ କର୍ମଚାରୀ ରାଜ୍ୟ ବୀମା ନିଗମ ହସ୍ପିଟାଲକୁ ବେଡ କ୍ଷମତାର ସର୍ବନିମ୍ନ 20 ପ୍ରତିଶତ , ସହ ବୀମାଭୁକ୍ତ ବ୍ୟକ୍ତି , ଲାଭାର୍ଥୀ ,ଷ୍ଟାଫ ତଥା ପେନସନଭୋଗୀଙ୍କ ପାଇଁ ସମର୍ପିକ କୋଭିଡ ଶର୍ଯ୍ୟା ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
  • କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ ଚିକିତ୍ସା ମହାବିଦ୍ୟାଳୟ ଏବଂ ହସପିଟାଲ ଫରିଦାବାଦ, ହରିୟାଣା ଏବଂ କର୍ପୋରେସନ ମେଡିକାଲ କଲେଜ , ହସ୍ପିଟାଲ ସନଥ ନାଗର, ତେଲେଙ୍ଗାନାରେ ପ୍ଲାଜମା ଥେରାପି ମଧ୍ୟ ଉପଲବ୍ଧ । ଯାହାକି ଗୁରୁତର କୋଭିଡ -19 ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଆଶାବାଦୀ ଫଳାଫଳ ଦେଇଛି ।
  • କର୍ମଚାରୀ ରାଜ୍ୟ ବୀମା ହିତାଧିକାରୀମାନେ ସେମାନଙ୍କର ଯୋଗ୍ୟତା ଅନୁଯାୟୀ କୌଣସି ରେଫରାଲ୍ ପତ୍ରର ଟାଏଅପ ହସ୍ପିଟାଲରୁ ସିଧାସଳଖ ଆକସ୍ମିକ / ଅଣ -ଆକସ୍ମିକ ଚିକି୍ସା ଉପଚାର ନେଇପାରିବେ ।
  • ଯଦି ବୀମାଭୁକ୍ତ ବ୍ୟକ୍ତି ବା ସେମାନଙ୍କ ପରିବାର ସଦସ୍ୟ କୋଭିଡ-19 ରେ ସଂକ୍ରମିତ ହେବା ପରେ କୌଣସି ଘରୋଇ ହସ୍ପିଟାଲରୁ ଚିକିତ୍ସିତ ହେଉଛନ୍ତି , ତେବେ ସେ ଖର୍ଚ୍ଚର ପରିଶୋଧ ଦାବି କରିପାରନ୍ତି ।

ନଗଦ ହିତ ଲାଭ

  • ଯଦି କୋଭିଡ -19 ସଂକ୍ରମିତ ହେତୁ ବୀମାଭୁକ୍ତ ବ୍ୟକ୍ତି ତାଙ୍କ କାର୍ଯ୍ୟରେ ଅନୁପସ୍ଥିତ ରୁହନ୍ତି, ତେବେ ସେ ଯୋଗ୍ୟତା ଅନୁଯାୟୀ ଅନୁପସ୍ଥିତି ଅବଧି ପାଇଁ ଅସୁସ୍ଥତା ହିତଲାଭ ଦାବି କରିପାରିବେ । ଅସୁସ୍ଥତା ଲାଭ ହାରାହାରି ଦୈନିକ ପାରିଶ୍ରମିକର 70% ହାରରେ 91 ଦିନ ପାଇଁ ଦିଆଯାଏ ।
  • ଯଦି କୌଣସି ବୀମାଭୁକ୍ତ ବ୍ୟକ୍ତି ବେରୋଜଗାର ହୋଇଯାଆନ୍ତି , ତେବେ ସେ ବୀମାଭୁକ୍ତ ବ୍ୟକ୍ତି କଲ୍ୟାଣ ଯୋଜନା (ABVKY) ଅଧୀନରେ ସର୍ବାଧିକ 90 ଦିନ ପାଇଁ ଦୈନିକ ରୋଜଗାରର 50% ହାରରେ ରିଲିଫ ପାଇପାରିବେ । ଏହି ରିଲିଫ ପାଇବା ପାଇଁ ବୀମାଭୁକ୍ତ ବ୍ୟକ୍ତି ନିଜ ଦାବି www.esic.in ରେ ଅନଲାଇନ ଦାଖଲ କରିପାରିବେ ।
  • ଯଦି ଜଣେ ବୀମାଭୁକ୍ତ ବ୍ୟକ୍ତି ଆଇଡି ଆକ୍ଟ, 1947 ଅନୁଯାୟୀ ଛଟେଇ କିମ୍ବା ଫ୍ଲାଣ୍ଟ , ଫ୍ୟାକ୍ଟ୍ରି ବନ୍ଦ ହେତୁ ବେକାର ହୋଇଯାଆନ୍ତି, ତେବେ ସେ ଯୋଗ୍ୟତା ଅନୁଯାୟୀ RGSKY ଅଧୀନରେ 2 ବର୍ଷ ପାଇଁ ବେକାରୀ ଭତ୍ତା ଦାବି କରିପାରିବେ ।
  • ସେହିଭଳି କୌଣସି ବୀମାଭୁକ୍ତ ବ୍ୟକ୍ତିଙ୍କ ଦୁର୍ଭାଗ୍ୟବଶତଃ ମୃତ୍ୟୁ ସ୍ଥିତିରେ , ତା ପରିବାରର ସବୁଠୁ ବଡ ଜୀବିତ ସଦସ୍ୟଙ୍କୁ 15000 ର ଅନ୍ତୋଷ୍ଟି ବ୍ୟୟ ପେମେଣ୍ଟ କରାଯାଏ ।

କଣ ଏହି EDLI ଯୋଜନା

ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କୁ ସାମାଜିକ ନିରାପତ୍ତାର ସୁବିଧା ଦେବା ପାଇଁ ସରକାର 1976 ରେ EDLI ଯୋଜନା ଆରମ୍ଭ କରିଥିଲେ । ଏହି ସୁବିଧା ଲାଭ ଉଠାଇବାକୁ ନିଯୁକ୍ତିଦାତା କର୍ମଚାରୀଙ୍କ ପକ୍ଷରୁ ଏକ ପ୍ରିମିୟମ ରାଶି ପ୍ରଦାନ କରନ୍ତି । ତେବେ କିଛି ନିଯୁକ୍ତିଦାତା ଏଥିରୁ ବାଦ୍ ପଡିଛନ୍ତି ଏବଂ ସେମାନେ ଏକ ଘରୋଇ ବୀମା କମ୍ପାନୀରୁ ଗ୍ରୁପରୁ ବୀମା ନିଅନ୍ତି ।

Last Updated : May 19, 2021, 10:37 PM IST

ABOUT THE AUTHOR

...view details