ନୂଆଦିଲ୍ଲୀ: ଘରୋଇ ସେକ୍ଟରର ସମସ୍ତ ବ୍ୟାଙ୍କ ଏବେ କର ସଂଗ୍ରହ, ପେନସନ ପେମେଣ୍ଟ ଓ କ୍ଷୁଦ୍ର ସଞ୍ଚୟ ଯୋଜନା ଭଳି ସରକାରଙ୍କ ସହ ଜଡିତ କାର୍ଯ୍ୟରେ ସାମିଲ ହୋଇପାରିବେ । ଏ ନେଇ ବୁଧବାର ଅର୍ଥମନ୍ତ୍ରାଳୟ ସୂଚନା ଦେଇଛନ୍ତି ।
ହଟିଲା ଘରୋଇ ବ୍ୟାଙ୍କ ଉପରେ ଲାଗିଥିବା କଟକଣା, ମିଳିବ ଏସବୁ ସୁବିଧା ବର୍ତ୍ତମାନ ଘରୋଇ କ୍ଷେତ୍ରର କିଛି ବଡ ବ୍ୟାଙ୍କକୁ ହିଁ ସରକାରଙ୍କ ସହ ଜଡିତ କାମ କରିବାକୁ ଅନୁମତି ରହିଛି । ଏକ ସରକାରୀ ବିବୃତ୍ତି ଅନୁସାରେ ଏହି ପଦକ୍ଷେପ ଦ୍ବାରା ଗ୍ରାହକଙ୍କ ପାଇଁ ସୁବିଧା ବଢିବ । ପ୍ରତିଦ୍ବନ୍ଦୀତାକୁ ପ୍ରୋତ୍ସାହନ ମିଳିବ ଆଉ ଗ୍ରାହକଙ୍କୁ ମିଳୁଥିବା ସେବାର ମାନକର ଦକ୍ଷତା ବଢିବ ।
ହଟିଲା ଘରୋଇ ବ୍ୟାଙ୍କ ଉପରେ ଲାଗିଥିବା କଟକଣା, ମିଳିବ ଏସବୁ ସୁବିଧା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ କରି କହିଛନ୍ତି, ‘‘ ଘରୋଇ ସେକ୍ଟର ଉପରେ ସରକାରଙ୍କ ସହ ଜଡିତ କାର୍ଯ୍ୟ ଓ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି । ଏବେ ସମସ୍ତ ବ୍ୟାଙ୍କ ଏଥିରେ ସାମିଲ ହୋଇପାରେ । ଘରୋଇ ବ୍ୟାଙ୍କ ଏବେ ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶ, ସରକାରଙ୍କ ସାମାଜିକ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ଗ୍ରାହକଙ୍କ ସୁବିଧା ଭଲ କରିବା ନେଇ ସମାନ ରୂପରେ ଭାଗୀଦାର ହୋଇପାରେ ।
ପ୍ରକାଶ ଯେ, ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ନବସୃଜନର ଗ୍ରହଣ ତଥା ବ୍ୟବହାରରେ ଆଗେଇ ଆସିଥିବା ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ଭାରତୀୟ ଅର୍ଥନୀତିର ବିକାଶ ତଥା ପଦକ୍ଷେପ ଗ୍ରହଣ କରିବାରେ ସମାନ ଅଂଶୀଦାର ହେବେ ।