ଓଡିଶା

odisha

ETV Bharat / business

ମୋଦିଙ୍କ ପାଇଁ ଚ୍ୟାଲେଞ୍ଜଦାୟକ ହେବ ବଜେଟ !

ବିଭିନ୍ନ ଅର୍ଥନୈତିକ ସମସ୍ୟା ମଧ୍ୟରେ ଏକ ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ବୋଲି ଅର୍ଥନୀତିଜ୍ଞ ମତ ଦେଇଛନ୍ତି ।

ଫାଇଲ ଫଟୋ

By

Published : Jun 24, 2019, 3:43 PM IST

ନୂଆଦିଲ୍ଲୀ: ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ସରକାରଙ୍କୁ ବହୁ କସରତ କରିବାକୁ ପଡିବ । ଆୟ ଠାରୁ ବ୍ୟୟ ଅଧିକ । ସର୍ବନିମ୍ନ ସ୍ତରରେ ମୋଟ ଘରୋଇ ଉତ୍ପାଦ 5 ବର୍ଷରେ ନିବେଶ ହ୍ରାସ, ନିଅଣ୍ଟ ଆକାଶଛୁଆଁ , ନିଯୁକ୍ତି ନାହିଁ । ଏପରି ବିଭିନ୍ନ ସମସ୍ୟା ମଧ୍ୟରେ ଏକ ଲୋକାଭିମୁଖୀ ବଜେଟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ବୋଲି ଅର୍ଥନୀତିଜ୍ଞ ମତ ଦେଇଛନ୍ତି ।


ଇକୋନୋମିକ ବିଶେଷଜ୍ଞ ପ୍ରଫେସର ଏନ.ଆର. ଭାନୁମୃତ୍ତିଙ୍କ ମୁତାବକ, 2018-19 ବଜେଟରେ ଆର୍ଥିକ ନିଅଣ୍ଟ ୩.୪% ଭିତରେ ରଖିବା ଲାଗି ସରକାରଙ୍କୁ ବହୁ କସରତ କରିବାକୁ ପଡିବ । ଗତ ଆର୍ଥିକ ବର୍ଷରେ ବଜେଟ ଆକଳନ 6,21,000 କୋଟିରୁ ବୃଦ୍ଧି ପାଇ 6,71,000 କୋଟିରେ ପହଞ୍ଚିଥିଲା । ଆଉ ଏହି ବର୍ଷର ଚତୁର୍ଥ ତ୍ରୟମାସରେ ବିକାଶ ଦର ଖସି 5.8 ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ଏହାର ଆନୁମାନିକ ହାର 6.8 ପ୍ରତିଶତ ରହିଥିଲା । ତେବେ ରୁଗ୍ଣ ଦେଶର ମେରୁଦଣ୍ଡକୁ ପୁଣିଥରେ ସଳଖ କରି ଠିଆ କରିବାକୁ ସରକାରଙ୍କୁ ପ୍ରାୟ 100 ଲକ୍ଷ କୋଟି ଉର୍ଦ୍ଧ୍ବ ଟଙ୍କା ଆବଶ୍ୟକ ହେବ ବୋଲି ବିଶେଷଜ୍ଞ ମାନେ ଆଗୁଆ ପୂର୍ବାନୁମାନ ମଧ୍ୟ କରିଥିଲେ ।

ଏଣେ ରାଜକୋଷରେ ଟଙ୍କା ନଥିବାରୁ ଆରବିଆଇ ଭଣ୍ଡାରକୁ ସରକାର ଅନାଇ ବସିଛନ୍ତି । ଏଭଳି ପରିସ୍ଥିତିରେ କେବଳ ବ୍ୟୟବରାଦ ନୁହେଁ ଟଙ୍କା ମଧ୍ୟ ଏକତ୍ର କରିବାକୁ ହେବ । ଆଉ ଯଦି ଏହା ନ ହେବ ତେବେ ନିଅଣ୍ଟ ବଢିବ । ଯାହା ଫଳରେ ଦ୍ରୁତ ଗତିରେ ଦୌଡୁଥିବା ଭାରତ ତଳକୁ ଖସିବାକୁ ବିଳମ୍ବ ହେବ ନାହିଁ ।

For All Latest Updates

ABOUT THE AUTHOR

...view details