ଓଡିଶା

odisha

By

Published : Apr 1, 2020, 5:02 PM IST

ETV Bharat / business

କୋରୋନା ପ୍ରଭାବ, ଦରିଦ୍ର ହେବେ 11 ଲକ୍ଷ

2019ରେ ଏସିଆ-ପାସିଫିକ ଅଞ୍ଚଳ ପାଇଁ 2020ରେ 5.8 ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ଆକଳନ ହୋଇଥିଲା । ଯାହା ଏବର୍ଷ 2.1 ପ୍ରତିଶତକୁ ଖସି ଆସିବ ବୋଲି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: 11 ଲକ୍ଷ ହେବେ ଦରିଦ୍ର
କୋରୋନା ପ୍ରଭାବ: 11 ଲକ୍ଷ ହେବେ ଦରିଦ୍ର

ୱାଶିଂଟନ: ସାରା ବିଶ୍ବରେ ଆତଙ୍କ ମଚାଇଥିବା କୋରୋନା ଭୂତାଣୁର ପ୍ରଭାବ ସବୁ ସେକ୍ଟରରେ ପଡିସାରିଛି । ବିଶ୍ବର ଆର୍ଥିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି କୋଭିଡ 19 । ଏହି ମହାମାରୀ ଯୋଗୁଁ ଗମ୍ଭୀର ହୋଇଛି ସ୍ଥିତି । ଖୁବଶିଘ୍ର ଉପଯୁକ୍ତ ପଦକ୍ଷେପ ନ ନେଲେ 11 ଲକ୍ଷ ଲୋକ ଦରିଦ୍ର ହେବାର ସମ୍ଭାବନା ରହିଛି ବୋଲି ବିଶ୍ବ ବ୍ୟାଙ୍କ ଚେତାବନୀ ଦେଇଛି । ସୋମବାର ଏକ ରିପୋର୍ଟରେ ଏହା ଉପରେ ତଥ୍ୟ ପ୍ରକାଶ କରିଛି ବିଶ୍ବ ବ୍ୟାଙ୍କ । ଏହା ଅନୁସାରେ ଜରୁରୀ ପଦକ୍ଷେପ ନେବାର ସମୟ ଆସିଯାଇଛି । ନଚେତ ପୂର୍ବ ଏସିଆ ଓ ପାସିଫିକରେ ଅଧିକ 11 ଲକ୍ଷ ଲୋକ ଗରିବ ହେବା ନିଶ୍ଚିତ । ଯାହାକି ଏହି ଅଞ୍ଚଳରେ ଗତ ଦୁଇ ଦଶନ୍ଧିରେ ସବୁଠୁ ବଡ ଅର୍ଥନୈତିକ ଝଟକା ହେବ ବୋଲି ରିପୋର୍ଟରେ ଆଶଙ୍କା କରାଯାଇଛି ।

2019ରେ ଏସିଆ-ପାସିଫିକ ଅଞ୍ଚଳ ପାଇଁ 2020ରେ 5.8 ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ଆକଳନ ହୋଇଥିଲା । ଯାହା ଏବର୍ଷ 2.1 ପ୍ରତିଶତକୁ ଖସିଆସିବ ବୋଲି ଅନୁମାନ କରାଯାଉଛି । ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧରେ ପ୍ରଭାବିତ ହୋଇଥିବା ଏହି ପୂର୍ବ ଏସିଆ ଓ ପାସିଫିକ ଦେଶରେ ଏବେ କୋରୋନା ଯୋଗୁଁ ସଙ୍କଟ ଦେଖାଦେଇଛି । ଅନ୍ତର୍ଜାତୀୟ ସହଯୋଗ ଓ ଜାତୀୟ ସ୍ତରରେ କଠିନ ପଦକ୍ଷେପ ନେଲେ ହିଁ ଏହି ଦେଶଗୁଡିକର ଅବସ୍ଥାରେ ସୁଧାର ଆସିବ ବୋଲି ବିଶ୍ବ ବ୍ୟାଙ୍କ କହିଛି । ଏହା ମଧ୍ୟ ବିକାଶଶୀଳ ରାଷ୍ଟ୍ରଙ୍କୁ ସହାୟତା ଦେବ ବୋଲି ପୂର୍ବରୁ 14 ବିଲିୟନ ଆର୍ଥିକ ସହାୟତା ଘୋଷଣା କରିସାରିଛି ।

ପୂର୍ବ ଏସିଆ ଓ ପାସିଫିକରେ ଆମେରିକାନ ସାମୋଆ, ଅଷ୍ଟ୍ରେଲିଆ, ବ୍ରୁନୋଇ, କାମ୍ବୋଡିଆ, ଚୀନ, ଫିଜି, ଗୁଆମ, ଜାପାନ, ଦକ୍ଷିଣ କୋରିଆ ପ୍ରଭୃତି ଦେଶ ରହିଛନ୍ତି । ପୂର୍ବରୁ ଚୀନରେ ଏହି ଭୂତାଣୁ ଯୋଗୁଁ ଆର୍ଥିକ ସ୍ଥିତି ଖରାପ ହୋଇସାରିଛି । ଭବିଷ୍ୟତରେ ଇଣ୍ଡୋନେସିଆ, ପାପୁଆ ନ୍ୟୁ ଗିନି, ଫିଲିପ୍ପିନ୍ସ ଭଳି ଦେଶ ଅଧିକ ପ୍ରଭାବିତ ହେବେ । ତେବେ ଲାଅସ, ଭିଏତନାମ, କାମ୍ବୋଡିଆ, ମଙ୍ଗୋଲିଆ, ମିଆଁମାର ଦେଶ ସାମାନ୍ୟ ଅଭିବୃଦ୍ଧି ହାସଲ କରିବେ । ସମସ୍ତ ଦେଶ ଭବିଷ୍ୟତରେ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ । ଏହାସହ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ନିବେଶ କରିପାରିଲେ ଏହି ସ୍ଥିତିରୁ ମୁକୁଳିବା ସମ୍ଭବ ହୋଇପାରିବ ବୋଲି ବିଶ୍ବ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ କରିଛି ।

ABOUT THE AUTHOR

...view details